ଆଦାନି ସହ ହାଇଡ୍ରୋଜେନ୍ ଚୁକ୍ତି ସ୍ଥଗିତ ରଖିଲା ଟୋଟାଲ୍ ଏନର୍ଜିସ୍‌

Advertisment
ଆଦାନି ସହ ହାଇଡ୍ରୋଜେନ୍ ଚୁକ୍ତି ସ୍ଥଗିତ ରଖିଲା ଟୋଟାଲ୍ ଏନର୍ଜିସ୍‌

PSU WATCH

ନୂଆଦିଲ୍ଲୀ : ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗର ସେୟାର ମୂଲ୍ୟରେ ଜାଲିଆତି ଓ ଆକାଉଣ୍ଟିଂ ହେରଫେର ଅଭିଯୋଗକୁ ସାମ୍ନା କରି ୧୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିବା ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍‌କୁ ଆଉ ଏକ ବଡ଼ ଧକ୍କା ଲାଗିଛି। ହାଇଡ୍ରୋଜେନ୍‌କୁ ନେଇ ଆଦାନି ସହିତ ଫ୍ରାନ୍ସର ସଂସ୍ଥା ଟୋଟାଲ୍ ଏନର୍ଜିସ୍ ଯେଉଁ ସହଯୋଗିତା ସ୍ଥାପନ କରିଥିଲା ତାହାକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ଗତବର୍ଷ ଜୁନ୍‌ରେ ଉଭୟ ସଂସ୍ଥା ମଧ୍ୟରେ ହାଇଡ୍ରୋଜେନ୍‌କୁ ନେଇ ସହଯୋଗିତା ସ୍ଥାପନ ହୋଇଥିଲା। କିନ୍ତୁ ଟୋଟାଲ୍ ଏନର୍ଜି ଏପର୍ଯ୍ୟନ୍ତ ଚୂଡ଼ାନ୍ତ ବୁଝାମଣା ସ୍ବାକ୍ଷର କରିନାହିଁ ବୋଲି କଂପାନିର ସିଇଓ ପ୍ୟାଟ୍ରିକ୍ ପୁୟାନେ କହିଛନ୍ତି। ବୁଝାମଣା ବିଷୟରେ କେବଳ ଘୋଷଣା କରାଯାଇଥିଲା। ଏପର୍ଯ୍ୟନ୍ତ ତାହା ଆଗକୁ ବଢ଼ିନାହିଁ। ଗୌତମ ଆଦାନି ଏବେ ଅନ୍ୟ କିଛିର ମୁକାବିଲା ଉପରେ ଧ୍ୟାନ ଦେଉଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ବୁଝାମଣା ସ୍ଥଗିତ ରଖିବା ଠିକ୍ ହେବ ବୋଲି ସେ କହିଛନ୍ତି।

ହାଇଡ୍ରୋଜେନ୍ ହେଉଛି ଜୀବାଶ୍ମ ଇନ୍ଧନର ଏକ ବିକଳ୍ପ ଏବଂ ସବୁଜ ଶକ୍ତି ବର୍ଗରେ ଆସୁଛି। ଏହି ପରିବେଶ ଅନୁକୂଳ ଇନ୍ଧନ ଉତ୍ପାଦନ କରିବା ଲାଗି ଆଦାନି ଗ୍ରୁପ୍ ପକ୍ଷରୁ ଆଦାନି ନିଉ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ ନାମରେ ଏକ ନୂଆ ସଂସ୍ଥା ସ୍ଥାପନ କରାଯାଇଛି। ତାହାର ୨୫% ଅଂଶଧନ ଟୋଟାଲ୍ ଏନର୍ଜିସ୍‌ ନେବାର ଥିଲା। ଗ୍ରିନ୍ ହାଇଡ୍ରୋଜେନ୍ ଉତ୍ପାଦନ ପାଇଁ ୧୦ ବର୍ଷରେ ୫୦୦୦ କୋଟି ଡଲାର ନିବେଶ କରିବାକୁ ଆଦାନି ଲକ୍ଷ୍ୟ ରଖିଛି। ୨୦୩୦ ସୁଦ୍ଧା ଏହା ଏକ ନିୟୁତ ଟନ୍ ଗ୍ରିନ୍ ହାଇଡ୍ରୋଜେନ୍ ଉତ୍ପାଦନ କରିବାକୁ ଚାହୁଛି। ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ କଂପାନି ପକ୍ଷରୁ ଯେଉଁ ଅଡିଟ୍ ଆରମ୍ଭ କରାଯାଇଛି ତାହା ଶେଷ ନହେବା ପର୍ଯ୍ୟନ୍ତ କଂପାନି ଗ୍ରିନ୍ ହାଇଡ୍ରୋଜେନ୍ ବୁଝାମଣାକୁ ନେଇ ଆଗକୁ ବଢ଼ିବ ନାହିଁ। ଆଦାନି ଗ୍ରୁପ୍‌ରେ ଟୋଟାଲ ଏନର୍ଜିସ୍ ମୋଟ ଉପରେ ୩୧୦ କୋଟି ଡଲାର ନିବେଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe