କୋଭିଡ୍-୧୯ ସଂକ୍ରମଣ ରୋକିବାକୁ ପଶ୍ଚିମବଙ୍ଗରେ ସପ୍ତାହକୁ ଦୁଇ ଦିନ ସମ୍ପୂର୍ଣ୍ଣ ଲକ୍‌ଡାଉନ୍

Advertisment
କୋଭିଡ୍-୧୯ ସଂକ୍ରମଣ ରୋକିବାକୁ ପଶ୍ଚିମବଙ୍ଗରେ ସପ୍ତାହକୁ ଦୁଇ ଦିନ ସମ୍ପୂର୍ଣ୍ଣ ଲକ୍‌ଡାଉନ୍

Image Courtesy of Hindustan Times

କୋଲ୍‌କାତା: ବଢ଼ି ଚାଲିଥିବା କରୋନାଭାଇରସ୍ ବିସ୍ତାରକୁ ପ୍ରତିହତ କରିବାକୁ ରାଜ୍ୟରେ ସପ୍ତାହକୁ ଦୁଇ ଦିନ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପାଳନ କରାଯିବା କଥା ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗୃହ ସଚିବ ଆଲପନ ବନ୍ଦୋପାଧ୍ୟାୟ କହିଲେ ଯେ, ଏ ସପ୍ତାହର ଗୁରୁବାର ଏବଂ ଶନିବାର ଦିନ ପଶ୍ଚିମବଙ୍ଗ ଲକ୍‌ଡାଉନ୍‌ରେ ରହିବ।

ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମବଙ୍ଗର ଅଳ୍ପ କେତେକ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଦୃଷ୍ଟିରୁ ଏ ଭଳି ପଦକ୍ଷେପ ଗ୍ରହଣ କରା ଥିବା କଥା ଗୃହ ସଚିବ ବନ୍ଦୋପାଧ୍ୟାୟ କହିଛନ୍ତି।

publive-image Image Courtesy of The Times of India

ସେ କହିଛନ୍ତି, ରାଜ୍ୟର ଅଳ୍ପ କେତେକ ସ୍ଥାନରେ କୋଭିଡ୍-୧୯ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଚିହ୍ନଟ କରାଯାଇଛି। ବିଶେଷଜ୍ଞ, ଡାକ୍ତର, ପ୍ରବର୍ତ୍ତନ କର୍ତ୍ତଅପକ୍ଷ ଏବଂ ପୁଲିସମାନଙ୍କ ସହ କଥାବାର୍ତ୍ତା କରି ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାକୁ ଆମେ ପ୍ରତି ସପ୍ତାହରେ ଦୁଇ ଦିନ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି କରିବାକୁ ସ୍ଥିର କରିଛୁ।

ସେ କହିଛନ୍ତି କି, ଜୁଲାଇ୨୭ ତାରିଖ ଦିନ ଏହି ନିଷ୍ପତ୍ତିର ସମୀକ୍ଷା କରାଯିବ। ପରବର୍ତ୍ତୀ ଲକ୍‌ଡାଉନ୍‌ ଜୁଲାଇ ୨୯ ତାରିଖ ଦିନ ଘୋଷଣା ହେବାର ସମ୍ଭାବନା ରହିଛି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ କୋଭିଡ୍-୧୯ ୟୁନିଟ୍‌ ଖୋଲିବାକୁ ପଶ୍ଚିମବଙ୍ଗ ସରକାର ଯୋଜନା କରୁଥିବା କଥା ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe