ଆଗକୁ କଠୋର ନିଷ୍ପତ୍ତି: ସୁନକ

Advertisment
ଋଷି ସୁନକଙ୍କ ୟୁଟର୍ଣ୍ଣ: ଇଜିପ୍ଟ ଜଳବାୟୁ ସମ୍ମିଳନୀରେ ଯୋଗ ଦେବେ

Jagran Josh

ଲଣ୍ଡନ: ଋଷି ସୁନକ ଆଜି ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ସହ ଜଟିଳ ଆର୍ଥିକ ସଙ୍କଟରୁ ଦେଶକୁ ଉଦ୍ଧାର କରିବା ପାଇଁ କଠୋର ପଦକ୍ଷେପ ନେବେ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବାପରେ ବଙ୍କିଂହାମ ରାଜ ପ୍ରାସାଦରୁ ଋଷି ୧୦ ଡାଉନିଂ ଷ୍ଟ୍ରିଟ୍‌ ପହଞ୍ଚିଥିଲେ ଏବଂ ସେଠାରେ ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀଙ୍କୁ ପ୍ରଥମ ଉଦ୍‌ବୋଧନ ଦେଇଛନ୍ତି। ସୁନକ କହିଛନ୍ତି ଯେ ଦେଶ ଏବେ ଘୋର ଆର୍ଥିକ ସଙ୍କଟକୁ ସାମନା କରୁଛି ଏବଂ ଏହାର ମୁକାବିଲା ପାଇଁ ଆମକୁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ।

ଆମେ ଭୁଲ୍‌ ସୁଧାରିବୁ ଏବଂ ଜଟିଳ ସମାସ୍ୟାର ସମାଧାନ କରିବାରେ ସଫଳ ହେବୁ। ବ୍ରିଟେନ୍‌ ଏବେ ଯେଉଁ ଆର୍ଥିକ ପରିସ୍ଥିତିକୁ ସାମ୍ନା କରୁଛି ତାହା ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ପରିଣାମ ବୋଲି ଉଲ୍ଲେଖ କରି ସୁନକ କହିଛନ୍ତି ଯେ ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧ ପୂରା ବିଶ୍ବର ବଜାରକୁ ଅସ୍ଥିର କରିଦେଇଛି। ଏହି ଭୀଷଣ ଯୁଦ୍ଧର ପରିସମାପ୍ତି ସମଗ୍ର ବିଶ୍ବ ପାଇଁ ଜରୁରୀ। ପୂର୍ବ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଦେଶର ଆର୍ଥିକ ସ୍ଥିତିକୁ ଦେଖି ଯେଉଁ ସବୁ ପ୍ରୟାସ କରିଥିଲେ ତାହା ଭୁଲ୍‌ ନଥିଲା, ମୁଁ ତାଙ୍କୁ ପ୍ରଶଂସା କରୁଛି। ତେବେ କିଛି ତ୍ରୁଟି ଆମ ସଙ୍କଟକୁ ବଢ଼ାଇ ଦେଇଛି । ତେବେ ଟ୍ରସ୍‌ କୌଣସି ଖରାପ ଉଦ୍ଦେଶ୍ୟରେ ଏହା କରିନଥିଲେ, କେବଳ ଏଥିରୁ ଭୁଲ୍‌ ପରିଣାମ ଆସିବା ହିଁ ସମସ୍ୟା ବଢ଼ାଇଲା ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe