ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ରେ ଜଳିଗଲା ଉତ୍ତରାଖଣ୍ଡର ଟୁରିଷ୍ଟ୍‍ ବସ୍‌: ୧୮ ଆହତ

Advertisment
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ରେ ଜଳିଗଲା ଉତ୍ତରାଖଣ୍ଡର ଟୁରିଷ୍ଟ୍‍ ବସ୍‌: ୧୮ ଆହତ

Image Source: Telugu Samayam

ଶ୍ରୀକାକୁଲମ୍‌: ରବିବାର ସକାଳେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲା ଅନ୍ତର୍ଗତ ପାଇଦିଭିମବରମ୍‌ ନିକଟରେ ଠିଆ ହୋଇଥିବା ଗୋଟାଏ ଟ୍ରକ୍‌ରେ ଧକ୍କା ଖାଇ ଉତ୍ତରାଖଣ୍ଡର ଗୋଟାଏ ଟୁରିଷ୍ଟ୍‍ ବସ୍‌ରେ ନିଆଁ ଲାଗିଯାଇଛି।

ଦୁର୍ଘଟଣା ଘଟିବାକ୍ଷଣି ଯାତ୍ରୀମାନେ ତୁରନ୍ତ ସେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ଏଥିରେ ଆହତ ହୋଇଥିବା ପ୍ରାୟ ୧୮ ଜଣ ଯାତ୍ରୀଙ୍କୁ ବିଜୟନଗ୍ରମ୍‌ ଏବଂ ବିଶାଖାପାଟଣାର କେତେକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରିଲିଫ୍‌ ଦାୟିତ୍ୱ ବହନ କରି ଘଟଣା ସଂକ୍ରାନ୍ତରେ ପର୍ଯ୍ୟଟକମାନଙ୍କ ପରିବାରକୁ ସୂଚନା ଦେବା ନିମନ୍ତେ ଆନ୍ଧ୍ରପ୍ରଦେଶର ସଡ଼କ ଓ ଗୃହ ନିର୍ମାଣ ମନ୍ତ୍ରୀ ଧର୍ମନା କୃଷ୍ଣଦାସ ଶ୍ରୀକାକୁଲମ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆର୍‌. ଏନ୍‌. ଅମ୍ମି ରେଡ୍ଡୀଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe