ତ୍ରିଶୂଳ ଓ ଡମ୍ବରୁ ଧରି ତାଜମହଲ ଦେଖିବାକୁ ଯାଇଥିବା ପର୍ଯ୍ୟଟକ ହେଲେ ହଟହଟା

ଜଣେ ପର୍ଯ୍ୟଟକ ଭଗବାନ ଶିବଙ୍କ ବେଶ ଧାରଣ କରି ତ୍ରିଶୂଳ ଓ ଡମ୍ବରୁ ଧରି ତାଜମହଲ ଦେଖିବାକୁ ଆସି ହଟାହଟା ହୋଇଥିବା ଜଣାପଡ଼ିଛି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଜଗଜ

ନୂଆଦିଲ୍ଲୀ: ଆଗ୍ରାର ତାଜମହଲ ଦେଖିବା ପାଇଁ ପ୍ରତିଦିନ ଦେଶ ଏବଂ ବିଦେଶରୁ ହଜାରହଜାର ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଗତଶନିବାର ଜଣେ ପର୍ଯ୍ୟଟକ ଭଗବାନ ଶିବଙ୍କ ବେଶ ଧାରଣ କରି ତାଜମହଲ ଦେଖିବାକୁ ଆସିଥିଲେ। ଯାହା ତାଙ୍କୁ ମହଙ୍ଗା ପଡ଼ି ଯାଇଛି।  

ଉକ୍ତ ବ୍ୟକ୍ତିଙ୍କ ହାତରେ ତ୍ରିଶୂଳ ଏବଂ ଡମ୍ବରୁ ଥିବା‌ରୁ ତାଜମହଲର ପ୍ରବଶେ ଦ୍ବାରା ନିକଟରେ ସୁରକ୍ଷା ପାଇଁ ନିୟୋଜିତ ଥିବା ଏଏସଆଇ ଓ  ସିଆଇଏସଏଫ ତାଙ୍କୁ ଭିତରକୁ ଛାଡି ନଥିଲେ। ବ୍ୟକ୍ତିଙ୍କ ଠାରୁ ସମସ୍ତ ସାମଗ୍ରୀ ଜବତ କରି ରଖିବାପରେ ତାଜମହଲ ଦେଖିବାର ପରାମର୍ଶ ଦିଆଯାଇଥିଲା। 

ଭଗବାନ ଶିବଙ୍କ ବେଶରେ ତାଜମହଲ ଦେଖିବାକୁ ଆସିଥିବା ବ୍ୟକ୍ତିଙ୍କୁ ଦେଖି ଅନ୍ୟ ପର୍ଯ୍ୟଟକମାନେ ବେଶ ଆନନ୍ଦିତ ହୋଇଥିଲେ। ଉକ୍ତ ବ୍ୟକ୍ତିଙ୍କ ସହିତ ଫଟୋ ଉଠାଇବାକୁ ଭିଡ଼ ବି ଜମାଇଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଭଗବାନ ଶିବଙ୍କ ବେଶରେ ଆସିଥିବା ପର୍ଯ୍ୟଟକଙ୍କ ନାମ ଆଦିଦେବ । ଆଦିଦେବ ଶିବଙ୍କ ବେଶରେ ମଧ୍ୟପ୍ରଦେଶର ନର୍ମଦା ଘାଟରୁ ତାଜମହଲ ଦେଖିବାକୁ ଆସିଥିବା ଘଟଣାକୁ ନେଇ କହିଥିଲେ, ତାଜମହଲ ଭିତରକୁ ପ୍ରବେଶ କରୁଥିବା ବେଳେ  ସୁରକ୍ଷାକର୍ମୀମାନେ ମୋର ଭଗବାନ ଶିବଙ୍କ ବେଶ ଦେଖି ଅଟକାଇ ଦେଇଥିଲେ। ଆଉ କହିଥିଲେ, ‘‘ତୁମେ ଜଣେ ସାଧାରଣ ମଣିଷ ଭାବେ ଭିତରକୁ ଯାଇ ପାରିବ। ତୁମର ବେଶଭୂଷାକୁ ନେଇ କିଛି ଅସୁବିଧା ନାହିଁ କିନ୍ତୁ ତୁମେ ଧରିଥିବା ଡମ୍ବରୁ ଓ ତ୍ରିଶୂଳ ପାଇଁ ଭିତରକୁ ଯାଇ ପାରିବ ନାହିଁ।’’

  ଏହାକୁ ନେଇ ସୁରକ୍ଷାକର୍ମୀଙ୍କ ସହିତ ମୋ ଯୁକ୍ତିତର୍କ ହୋଇଥିଲା। ମୁଁ ତାଙ୍କୁ ତ୍ରିଶୂଳ ଓ ଡମ୍ବରୁ ଧରି ଯିବାରେ କ’ଣ ଅସୁବିଧା ବୋଲି ପଚାରିବାରୁ ସେମାନେ ମୋ ପ୍ରଶ୍ନର ଉତ୍ତର ଦେଇ ନଥି‌ଲେ। ଏହାପରେ ସେମାନେ ମୋ ଠାରୁ ତ୍ରିଶୂଳ ଓ ଡମ୍ବରୁ ଜବତ କରିବା ପରେ ଭିତରକୁ ପ୍ରବେଶ କରିବାକୁ ଅନୁମତି ‌ ଦେଇଥିଲେ।                          

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe