କେନ୍ଦ୍ରୀୟ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ଟୁରିଷ୍ଟ ଗାଇଡଙ୍କୁ ଗଣଦୁଷ୍କର୍ମ  : ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦ୍ରୀୟ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ଟୁରିଷ୍ଟ ଗାଇଡଙ୍କୁ ଗଣଦୁଷ୍କର୍ମ  : ମୁଖ୍ୟ ଅଭିଯୁକ୍ତ ଗିରଫ

image source-justdial.com

ନୂଆଦିଲ୍ଲୀ:  ନୂଆଦିଲ୍ଲୀର ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳ କନ୍ନାଟ୍ ପ୍ଲେସ୍ ବଜାରଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଏକ ଉଚ୍ଚ-ସୁରକ୍ଷା ଜୋନ ଭିତରେ ଆସୁଥିବା କେନ୍ଦ୍ରୀୟ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଥିବା ଏକ ପଞ୍ଚତାରକା ହୋଟେଲରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଜଣେ ପର୍ଯ୍ୟଟକ ଗାଇଡ୍ ଅଭିଯୋଗ କରିଛନ୍ତି। ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଜଣେ ମହିଳାଙ୍କ ସମେତ ଛଅ ଜଣ ଏଥିରେ ସାମିଲ ଥିଲେ। ଅବଶ୍ୟ ପୁଲିସ୍ ସେଥିମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ମନୋଜ ଶର୍ମାକୁ ଗିରଫ କରିବାରେ ସଫଳ ହୋଇଛି।

ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧୮ ତାରିଖରେ ଏହି ଘଟଣା ଘଟିଥିଲା ଏବଂ ତା’ ପରଦିନ ଗଣଦୁଷ୍କର୍ମ ନେଇ ପୀଡ଼ିତାଜଣକ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଯେଉଁ ହୋଟେଲରେ ଗଣଦୁଷ୍କର୍ମ ଘଟିଥିଲା ସେହି ହୋଟେଲ ରୁମକୁ ଦୁଇଜଣ ବ୍ୟବସାୟୀ ବୁକ୍ କରିଥିଲେ ବୋଲି ପୁଲିସ୍ କହିଛି। ଟିକେଟ୍ ବୁକିଂ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟ କରୁଥିବା ପୀଡ଼ିତା ଟଙ୍କା ଅଭାବରୁ ଅଭିଯୁକ୍ତ ତାଙ୍କୁ ସ୍ୱଳ୍ପ ହାରରେ ଋଣ ପ୍ରଦାନ  କରାଇଦେବା ବାହାନା କରି ହୋଟେଲକୁ ଡାକିଥିଲେ ବୋଲି ପୁଲିସ କହିଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଜଣେ ମହିଳାଙ୍କ ସମେତ ଛଅଜଣ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର  ଧାରା ୩୭୬ ଡି, ୩୨୩,ଏବଂ ୩୪ ଅନୁଯାୟୀ କନ୍ନାଟ୍ ପ୍ଲେସ୍ ଥାନାରେ ମାମଲା ରୁଜୁ କରାଯାଇଥିବା ନେଇ ନୂଆଦିଲ୍ଲୀ ଡେପୁଟି କମିସନର ଇଶ ସିଙ୍ଘଲ କହିଛନ୍ତି। ଏହି ଘଟଣାରେ ଦିଲ୍ଲୀର ଶେଖ ସରାଇ ଅଞ୍ଚଳର ମନୋଜ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ବି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe