ନାରୀ ଓ ନିଶାଦ୍ରବ୍ୟ ପାଇଁ ଆସୁଥିବା ପର୍ଯ୍ୟଟକ ଆମ ପାଇଁ ସମସ୍ୟା: ଆମ୍‌ଷ୍ଟର୍‌ଡାମ୍‌ ମେୟର୍‌

ନାରୀ ଓ ନିଶାଦ୍ରବ୍ୟ ପାଇଁ ଆସୁଥିବା ପର୍ଯ୍ୟଟକ ଆମ ପାଇଁ ସମସ୍ୟା: ଆମ୍‌ଷ୍ଟର୍‌ଡାମ୍‌ ମେୟର୍‌

Image Courtesy of India Today

ନୂଆଦିଲ୍ଲୀ: ନାରୀମାନଙ୍କ ସହ ଦୈହିକ ସମ୍ପର୍କ ଏବଂ ନିଶାଦ୍ରବ୍ୟ ସେବନ କରିବାକୁ ଆସୁଥିବା ପର୍ଯ୍ୟକଟମାନେ ଆମ୍‌ଷ୍ଟର୍‌ଡାମ୍‌ ପାଇଁ ସମସ୍ୟା ବୋଲି ମେୟର୍‌ ଫେମ୍‌କା ହଲସିମା କହିଛନ୍ତି।

‘ବ୍ଲୁମ୍‌ବର୍ଗ’ ପତ୍ରିକା ସହ କରିଥିବା ସାକ୍ଷାତ୍‌କାର ବେଳେ ଗୁରୁତ୍ବାରୋପ କରି ହଲ୍‌ସିମା କହିଛନ୍ତି, ଆମ ନଗରୀର ସୌନ୍ଦର୍ଯ୍ୟ, ଆମ ଯାଦୁଘର ଅଥବା ଆମ ରାତ୍ରୀ ସଂସ୍କୃତି ଦେଖିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ମୁଁ ଶ୍ରଦ୍ଧା ଓ ସ୍ବାଗତ କରେ। କିନ୍ତୁ, ନୈତିକତା ବିବର୍ଜିତ ପର୍ଯ୍ୟଟକମାନଙ୍କୁ ଆମେ ସ୍ବାଗତ କରୁନାହିଁ। ସେମାନେ ଏଠାରେ ଏଭଳି ପ୍ରକାରର ଆଚରଣ ପ୍ରଦର୍ଶନ କରନ୍ତି, ନିଜ ଦେଶରେ ବି ସେମାନେ ଏମିତି ହେଉ ନ ଥିବେ। ଆପଣା ନୈତିକତା ପରିହାର କରିବାକୁ ଆସୁଥିବା ଲୋକେ ଆମ ପାଇଁ ସମସ୍ୟା।

ପର୍ଯ୍ୟଟନ ନେଦର୍‌ଲାଣ୍ଡ୍‌ସ୍‌ ଅର୍ଥନୀତିର ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି ସ୍ବୀକାର କରି ହଲ୍‌ସିମା କହିଛନ୍ତି, ମାତ୍ରାଧିକ ପର୍ଯ୍ୟଟକ ବୃଦ୍ଧି ଏବଂ ନିଜ ଦେଶ ଛାଡ଼ି ଆମ୍‌ଷ୍ଟର୍‌ଡାମ୍‌ରେ ବସବାସ କରିବାକୁ ଆସୁଥିବା ବ୍ୟକ୍ତିମାନଙ୍କ ଯୋଗୁଁ ଏଠାରେ ଜିନିଷପତ୍ର ମହଙ୍ଗା ହୋଇ ଚଳିବା ଖୁବ୍‌ ବ୍ୟୟବହୁଳ ହୋଇଯାଉଛି।

publive-image Mayor: Image Courtesy of The State

ଉଲ୍ଲେଖଯୋଗ୍ୟ, ସୁନ୍ଦର କେନାଲ୍‌, ମନୋରମ ରାସ୍ତା ଏବଂ ବିଖ୍ୟାତ ଯାଦୁଘର ଥିବା ନେଦର୍‌ଲାଣ୍ଡ୍‌ସ୍‌ର ରାଜଧାନୀ ଆମ୍‌ଷ୍ଟର୍‌ଡାମ୍‌ ଦୀଘ କାଳରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରି ଆସୁଛି। କିନ୍ତୁ, ଦେହ ବ୍ୟବସାୟ ଓ ନିଶାଦ୍ରବ୍ୟ ପାଇଁ ‘କେନାଲ୍‌ ନଗରୀ’ ଆମ୍‌ଷ୍ଟର୍‌ଡାମ୍‌କୁ ‘ପାପ ନଗରୀ’ ବୋଲି କୁହାଯାଏ।

ଆମ୍‌ଷ୍ଟର୍‌ଡାମ୍‌ରେ ଦେହ ବ୍ୟବସାୟ ଆଇନସିଦ୍ଧ; ଗଞ୍ଜେଇକୁ ମଧ୍ୟ ବୈଧ୍ୟ ଘୋଷଣା କରାଯାଇଛି। ଏ ଦୁଇଟି ହେଉଛି ଆମ୍‌ଷ୍ଟର୍‌ଡାମ୍‌ ରାଜସ୍ବର ବଡ଼ ଉତ୍ସ। ଏଠାରେ ଥିବା କଫି ଦୋକାନରେ ମଧ୍ୟ ପର୍ଯ୍ୟଟକମାନଙ୍କୁ ମୃଦୁ ନିଶାଦ୍ରବ୍ୟ ପରିବେଷଣ କରାଯାଏ।

ଏଥିଯୋଗୁଁ, ଦେଶର ରାଜଧାନୀ ଆମ୍‌ଷ୍ଟର୍‌ଡାମ୍‌ରେ ଅପରାଧ ସଂଗଠିତ ହେବା ସହ  ଆର୍ଥିକ ଅପରାଧ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe