ଅଟଳ ଟନେଲରେ ୪୦୦ ଗାଡ଼ିରେ ଫସି ରହିଥିବା ଯାତ୍ରୀ ଉଦ୍ଧାର

Advertisment
ଅଟଳ ଟନେଲରେ ୪୦୦ ଗାଡ଼ିରେ ଫସି ରହିଥିବା ଯାତ୍ରୀ ଉଦ୍ଧାର

ନୂଆଦିଲ୍ଲୀ : ପ୍ରବଳ ତୁଷାରପାତ ଯୋଗୁଁ ହିମାଚଳ ପ୍ରଦେଶ ସ୍ଥିତ ରୋହତାଙ୍ଗ ପାସର ଅଟଳ ଟନେଲ ନିକଟରେ ୪୦୦ରୁ ଅଧିକ ଗାଡ଼ି ଗୁରୁବାରଠାରୁ ଫସି ରହିଥିଲା । ଫଳରେ ଗାଡ଼ିରେ ଥିବା ଶହ ଶହ ଲୋକ ପ୍ରାୟ ୧୦ରୁ ୧୨ ଘଣ୍ଟା ଫସି ରହିଥିଲେ । ଶୁକ୍ରବାରଦିନ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ଗୁରୁବାର ଦିନ ସୁଡଙ୍ଗରେ ତୁଷାରପାତ ପରେ ରାସ୍ତାଗୁଡ଼ିକ ଖସଡ଼ା ହୋଇଯିବାରୁ ମନାଲି-ଲେହ ରାଜପଥ ଏବଂ ଏହାର ଆଖପାଖ ଅଞ୍ଚଳରେ ଯାନବାହନ ଅଟକି ରହିଥିଲା। ଏ ସଂପର୍କରେ ଖବର ପାଇଁ କିଲଙ୍ଗ ଏବଂ ମନାଲିର ପୁଲିସ ବାହିନୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୧୦-୧୨ ଘଣ୍ଟା ଉଦ୍ଧାର କାମ ଚାଲିବା ପରେ ଏବଂ ଶୁକ୍ରବାର ସକାଳ ୪ ଟାରେ ଅପରେସନ୍ ଶେଷ ହୋଇଥିଲା । ଏହା ପରେ ଯାନଗୁଡିକ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଚାଲିଯାଇଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି ।

ଲାହୌଲ-ସ୍ପିତି ଡେପୁଟି କମିଶନର ସୁମିତ ଖିମତା କହିଛନ୍ତି ଯେ ଖରାପ ପାଗ ହେତୁ ଫସି ରହିଥିବା ସମସ୍ତ ଯାନ ସୁରକ୍ଷିତ ଭାବରେ ଦକ୍ଷିଣ ପୋର୍ଟାଲ ଅତିକ୍ରମ କରିଛି ଏବଂ ଫସି ରହିଥିବା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ ଯେ ରୋହତଙ୍ଗ ପାସ ( ଗିରିପଥ) କୁଲ୍ଲୁ-ମନାଲି ସହ ଲାହୌଲ ସ୍ପିତିକୁ ଯୋଡ଼ିଥାଏ । ଏହି ପାସରେ ନିର୍ମିତ ଅଟଳ ଟନେଲ ୨୦୨୦ରେ ଖୋଲିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe