ଯମୁନାରେ ବିଷାକ୍ତ ଫେଣ: ଛଟ୍‌ ପୁଜା ପୂର୍ବରୁ ବଢ଼ିଲା ପ୍ରଦୂଷଣ ଚିନ୍ତା

ଦିଲ୍ଲୀର କାଳିନ୍ଦୀ କୁଞ୍ଜ ଅଞ୍ଚଳର ଯମୁନା ନଦୀ‌ରେ ବିଷାକ୍ତ ଫେଣ ଭାସୁଛି।  ଏଥିପାଇଁ ଛଟ୍‌ ପୁଜାର ଅବ୍ୟବହିତ ପୂର୍ବରୁ ଦିଲ୍ଲୀ ବସିନ୍ଦା ଏବଂ ରାଜନେତାଙ୍କ ମଧ୍ୟରେ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି।

gjgdgjgjgjy

ନୂଆଦିଲ୍ଲୀ: ଦିଲ୍ଲୀର କାଳିନ୍ଦୀ କୁଞ୍ଜ ଅଞ୍ଚଳର ଯମୁନା ନଦୀ‌ରେ ବିଷାକ୍ତ ଫେଣ ଭାସୁଛି।  ଏଥିପାଇଁ ଛଟ୍‌ ପୁଜାର ଅବ୍ୟବହିତ ପୂର୍ବରୁ ଦିଲ୍ଲୀ ବସିନ୍ଦା ଏବଂ ରାଜନେତାଙ୍କ ମଧ୍ୟରେ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି।  ଫେଣ ହେଉଛି ଉଚ୍ଚ ପ୍ରଦୂଷଣ ସ୍ତରର ଏକ ସଙ୍କେତ।  ଏହି ଫେଣକୁ ମିଳାଇବାପାଇଁ ଆଜି ବ୍ୟାପକ କେମିକାଲ୍‌ ସ୍ପ୍ରେ କରାଯାଇଛି। ଉକ୍ତ ଘଟଣାକୁ ନେଇ ବିଜେପି ଆଜି ଦିଲ୍ଲୀରେ ଆପ୍‌ ସରକାର ଉପରେ ବର୍ଷିଛି। ଯମୁନାରେ ପ୍ରଦୂଷଣ ବୃଦ୍ଧି ନେଇ ବି‌ଜେପି ନେତା ଶେହଜାଦ ପୁନାୱାଲା ଦିଲ୍ଲୀ ସରକାର, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍‌କୁ ଦାୟୀ କରିଛନ୍ତି।

ପୁନାୱାଲା କହିଛନ୍ତି, ଦୀପାବଳିର ପରଦିନ ଆମେ ଯମୁନା‌ ଘାଟରେ ପହଞ୍ଚିବାପରେ ନଦୀରେ ମୋଟା ଫେଣ ଦେଖୁଛୁ। ଏହି ଫେଣ ପଛର କାରଣ ହେଉଛି  କେଜ୍ରିୱାଲଙ୍କ ବେପରୁଆ ନୀତି ଏବଂ ଆମ୍‌ ଆଦ୍‌ମୀ ପାର୍ଟିର ଦୁର୍ନୀତି।    ଏବେ ସେମାନେ ଛଟ୍‌ ପୁଜା ପୁର୍ବରୁ  କେମିକାଲ ଡିଫୋମର୍‌ ସ୍ପ୍ରେ କରୁଛନ୍ତି।  ବାୟୁ ପ୍ରଦୂଷଣ ସହିତ ଏବେ ଯମୁନା ଜଳ ଭୀଷଣ ପ୍ରଦୂଷିତ ହୋଇଥିବାରୁ ଜନସାଧାରଣ ସ୍ବାସ୍ଥ୍ୟ ସଙ୍କଟଙ୍କୁ ଚିନ୍ତତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe