ବାଣ କଟକଣା ମାନିଲେନି: ଦିଲ୍ଲୀ ସାରା ଛାଇଗଲା ବିଷାକ୍ତ ପ୍ରଦୂଷଣ

Advertisment

ରାଜଧାନୀ ଦିଲ୍ଲୀରେ ଦୀପାବଳି ପାଳନ ସମୟରେ ବାଣ ନିଷେଧାଦେଶକୁ କେହି ମାନିଲେ ନାହିଁ। ଫଳରେ ଦିଲ୍ଲୀର ବାୟୁଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ଶ୍ରେଣୀରୁ ଆହୁରି ତଳକୁ ଖସି ଶୁକ୍ରବାର ‘ଗୁରୁତର’ ସ୍ତର ନିକଟତର ହୋଇଛି।

ରାଜଧାନୀ ଦିଲ୍ଲୀରେ ଦୀପାବଳି ପାଳନ ସମୟରେ ବାଣ ନିଷେଧାଦେଶକୁ କେହି ମାନିଲେ ନାହିଁ। ଫଳରେ ଦିଲ୍ଲୀର ବାୟୁଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ଶ୍ରେଣୀରୁ ଆହୁରି ତଳକୁ ଖସି ଶୁକ୍ରବାର ‘ଗୁରୁତର’ ସ୍ତର ନିକଟତର ହୋଇଛି।

gjgdjgdjnc

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦୀପାବଳି ପାଳନ ସମୟରେ ବାଣ ନିଷେଧାଦେଶକୁ କେହି ମାନିଲେ ନାହିଁ। ଫଳରେ ଦିଲ୍ଲୀର ବାୟୁଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ଶ୍ରେଣୀରୁ ଆହୁରି ତଳକୁ ଖସି ଶୁକ୍ରବାର ‘ଗୁରୁତର’ ସ୍ତର ନିକଟତର ହୋଇଛି। ଶୁକ୍ରବାର ସକାଳ ୭ଟା ସୁଦ୍ଧା ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୬୧ (ଅତ୍ୟନ୍ତ ଖରାପ) ଥିବା ବେଳେ ଗୁରୁବାର ଅପରାହ୍ଣ ୪ଟା ସୁଦ୍ଧା ୩୨୮ (ଅତ୍ୟନ୍ତ ଖରାପ) ଥିଲା। ସନ୍ଧ୍ୟା ୬ଟାରୁ ବାଣ ଫୁଟିବା ଆରମ୍ଭ ହୋଇ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଜାରି ରହିଥିଲା।

ଗତବର୍ଷ ଦୀପାବଳି ଦିନ (ନଭେମ୍ବର ୧୨) ଦିଲ୍ଲୀର ଏକ୍ୟୁଆଇ ୨୧୮ (ଖରାପ) ଥିଲା। ଦୀପାବଳି ପରଦିନ ଅପରାହ୍ଣ ୪ଟା ବେଳକୁ ଏହା ୩୫୮ (ଅତ୍ୟନ୍ତ ଖରାପ)କୁ ଖସି ଆସିଥିଲା।  କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ ଗୁରୁବାର ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ଦିଲ୍ଲୀର ଏକ୍ୟୁଆଇ ୩୨୭ରେ ସ୍ଥିର ରହିଥିଲା। ରାତି ୧୦ଟାରେ ୩୩୦, ମଧ୍ୟରାତ୍ରିରେ ୩୩୮ ଓ ଭୋର ୩ଟା ସୁଦ୍ଧା ୩୪୭ରେ ପହଞ୍ଚିଥିଲା। ଦୀଲ୍ଲି ବାଣ କଟକଣା ସଂପୂର୍ଣ୍ଣ ବିଫଳ ହେବା ଏବଂ  ବାୟୁ ମାନ ‘ସାଂଘାତିକ’ ଶ୍ରେଣୀରେ ପହଞ୍ଚିବାକୁ ଯାଉଥିବାରୁ ଏହାକୁ ନେଇ ବିଭିନ୍ନ ମହଲ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe