ଦିଲ୍ଲୀରେ କମ୍‌ ଦୃଶ୍ୟମାନତା ହେତୁ ବିଳମ୍ବ କରାଗଲା ୨୦୦ ବିମାନ ଉଡ଼ାଣ

ଦୀପାବଳି ପରେ ପରେ ବାୟୁ ଗୁଣବତ୍ତା ଏତେ ବିଗିଡ଼ି ଯାଇଛି ଯେ ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନତା ହ୍ରାସ ପାଇଛି। ଯେଉଁ କାରଣରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। କମ୍‌ ଦୃଶ୍ୟମାନତା ହେତୁ ଦିଲ୍ଲୀ ବିମାନ ବନ୍ଦରରୁ ୨୦୩ ବିମାନ ବିଳମ୍ବରେ ଯାତ୍ରା କରିବ।

flight delayed

ନୂଆଦିଲ୍ଲୀ: ଜାତୀୟ ରାଜଧାନୀକୁ ଏକ ଧୂଆଁର ପରସ୍ତ ଘେରି ରହିଛି। ଦୀପାବଳି ପରେ ପରେ ବାୟୁ ଗୁଣବତ୍ତା ଏତେ ବିଗିଡ଼ି ଯାଇଛି ଯେ ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନତା ହ୍ରାସ ପାଇଛି। ଯେଉଁ କାରଣରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। 

ଆଜି ସକାଳୁ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୩୨ ପାର୍‌ କରିଛି। ତେବେ ଗତକାଲି ୪୫୨ ରେକର୍ଡ ହୋଇଥିବା ହେତୁ ଆଜି ସାମାନ୍ୟ ପରିବର୍ତ୍ତନର ପରିଲକ୍ଷିତ ହୋଇଛି। 

ତେବେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ସକାଳ ୬.୩୦ ସୁଦ୍ଧା ଦୃଶ୍ୟମାନ୍ୟତା ୫୦୦ ମିଟରକୁ ହ୍ରାସ ପାଇଛି। କମ୍‌ ଦୃଶ୍ୟମାନତା ହେତୁ ଦିଲ୍ଲୀ ବିମାନ ବନ୍ଦରରୁ ୨୦୩ ବିମାନ ବିଳମ୍ବରେ ଯାତ୍ରା କରିବ ବୋଲି ସୂଚନା ରହିଛି। 

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ଅତି ଖରାପ ଗର୍ବରେ ରହିଛି। ବିମାନ ବନ୍ଦରରେ କମ୍ ଦୃଶ୍ୟମାନତା ହେତୁ ଦିଲ୍ଲୀ ବିମାନବନ୍ଦର ଯାତ୍ରୀମାନଙ୍କୁ ଏକ ପରାମର୍ଶ ଜାରି କରିଛି।

ଖରାପ ବାୟୁ ଗୁଣବତ୍ତାକୁ ନେଇ ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦେବ ଅତିଶୀ ସରକାରଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ଆମେ କାର୍ଟବ୍ୟ ପଥରେ ଠିଆ ହୋଇଛୁ ଏବଂ ଏଠାରେ ଏକ୍ୟୁଆଇ ୪୭୬ ଅଟେ। ଆମେ ଇଣ୍ଡିଆ ଗେଟ୍ ମଧ୍ୟ ଦେଖିପାରୁ ନାହୁଁ। ଏହା କେବଳ ଆପ୍‌ ସରକାରଙ୍କ ଅପାରଗତା କାରଣରୁ ହୋଇଛି। ଯିଏକି କେବଳ ଇଭେଣ୍ଟ ପରିଚାଳନା ଉପରେ ଧ୍ୟାନ ଦେଇଥାଏ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe