‘ଏମ୍‌ପିଏସ୍‌’ ଗ୍ୟାରେଣ୍ଟି ପାଇଁ ସରକାରଙ୍କୁ ବାଧ୍ୟ କରିବାକୁ ନଭେମ୍ବର ୨୯ରେ ସଂସଦ ଅଭିମୁଖେ ଟ୍ରାକ୍ଟର୍‌ ଯାତ୍ରା: ରାକେଶ ଟିକାୟତ

Advertisment
କେନ୍ଦ୍ର ସରକାରଙ୍କୁ ରାକେଶ ଟିକାୟତଙ୍କ ଚେତାବନୀ: ଜୁନ୍‌ ୯ ସୁଦ୍ଧା ବ୍ରିଜ ଭୂଷଣ  ଗିରଫ ନହେଲେ ଆନ୍ଦୋଳନ

Image Courtesy of Zee News

କୌଶାମ୍ବୀ: ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ଫସଲ ନିମନ୍ତେ ‘ସର୍ବନିମ୍ନ ସହାୟକ ମୂଲ୍ୟ’ର (ଏମ୍‌ପିଏସ୍‌) ‘ବୈଧାନିକ ଗ୍ୟାରେଣ୍ଟି’ ପାଇଁ ସରକାରଙ୍କୁ ବାଧ୍ୟ କରିବା ଲାଗି ନଭେମ୍ବର ୨୯ ତାରିଖରେ ସଂସଦ ଅଭିମୁଖେ ୬୦ଟି ଟ୍ରାକ୍ଟର୍‌ ଯାତ୍ରା କରିବେ ବୋଲି ‘ଭାରତୀୟ କିଷାନ୍‌ ୟୁନିୟନ୍‌’ର ନେତା ରାକେଶ ଟିକାୟତ କହିଛନ୍ତି।

ସେ କହିଛନ୍ତି, ଟ୍ରାକ୍ଟର୍‌ଯାତ୍ରାରେ ନଭେମ୍ବର ୨୯ ତାରିଖରେ ୬୦ଟି ଟ୍ରାକ୍ଟର୍‌ ପାର୍ଲାମେଣ୍ଟ୍‌ ଅଭିମୁଖେ ଯାତ୍ରା କରିବେ। ସରକାର ଉନ୍ମୁକ୍ତ କରିଥିବା ସଡ଼କ ଦେଇ ଉକ୍ତ ଟ୍ରାକ୍ଟର୍‌ଗୁଡ଼ିକ ଯାତ୍ରା କରିବେ। ରାସ୍ତା ଅବରୋଧ କରିଛୁ ବୋଲି ଆମ ନାଁରେ ଅଭିଯୋଗ ହୋଇଛି। କିନ୍ତୁ, ଆମେ ରାସ୍ତା ଅବରୋଧ କରି ନ ଥିଲୁ। ରାସ୍ତା ଅବରୋଧ କରିବା ଆମ ଆନ୍ଦୋଳନ ନ ଥିଲା। ସମ୍ଭବତଃ, ସରକାରଙ୍କ ସହ ଆଲୋଚନା କରିବା ଥିଲା ଆମ ଆନ୍ଦୋଳନର ଉଦ୍ଦେଶ୍ୟ। ଆମେ ସିଧାସଳଖ ସଂସଦକୁ ଯିବୁ।

publive-image Image Courtesy of The Hindu

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତଥର ୨୦୦ ଲୋକ ଗଲା ପରି ନୁହେଁ, ଏଥର ୧୦୦୦ ଲୋକ ସଂସଦ ଅଭିମୁଖେ ଯାତ୍ରା କରିବେ। ଆମେ ‘ଏମ୍‌ପିଏସ୍‌’ ଉପରେ ସରକାରଙ୍କ ଜବାବକୁ ଅପେକ୍ଷା କରିଛୁ। ଏହା ବ୍ୟତିରେକେ, ଗତ ବର୍ଷେ ହେବ ଯେଉଁ ସବୁ ଅଘଟଣ ଘଟି ୭୫୦ କୃଷକଙ୍କର ମୃତ୍ୟୁ ହେଲା ସେଥିପାଇଁ ମଧ୍ୟ ସରକାର ଦାୟୀ ହେବା ଉଚିତ।

ସେହିପରି, ଅନ୍ୟତମ କୃଷକ ସଙ୍ଗଠନ ‘ସଂଯୁକ୍ତ କିଷାନ୍‌ମୋର୍ଚ୍ଚା’ ମଧ୍ୟ ଔପଚାରିକ ବିବୃତି ଦେଇ କହିଛି ଯେ, ଦିଲ୍ଲୀ ଠାରୁ ଦୂର ରାଜ୍ୟଗୁଡ଼ିକର ରାଜଧାନୀ ନଗରୀରେ ମଧ୍ୟ ଅନ୍ୟାନ୍ୟ ପ୍ରତିବାଦ ସମେତ ଟ୍ରାକ୍ଟର୍‌ ରାଲି ଆୟୋଜନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe