ଯେଉଁ ଯୋଜନାର ଶିଳାନ୍ୟାସ କରୁ, ତାକୁ ଉଦ୍‌ଘାଟନ କରୁ: ମୋଦି

Advertisment

୩୦୫ କୋଟି ଟଙ୍କାରେ ନିର୍ମିତ ‘ଟ୍ରେଡ ଫେସିଲିଟି ସେଣ୍ଟର’ ଲୋକାର୍ପିତ

୩୦୫ କୋଟି ଟଙ୍କାରେ ନିର୍ମିତ ‘ଟ୍ରେଡ ଫେସିଲିଟି ସେଣ୍ଟର’ ଲୋକାର୍ପିତ

ଯେଉଁ ଯୋଜନାର ଶିଳାନ୍ୟାସ କରୁ, ତାକୁ ଉଦ୍‌ଘାଟନ କରୁ: ମୋଦି

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୨ ଦିନିଆ ଗସ୍ତରେ ନିଜର ସଂସଦୀୟ କ୍ଷେତ୍ର ବାରାଣସୀ ପହଞ୍ଚିଛନ୍ତି। ଏଠାରେ ଟ୍ରେଡ ଫେସିଲିଟି ସେଣ୍ଟର(ବ୍ୟବସାୟ ସୁବିଧା କେନ୍ଦ୍ର)ର ଉଦ୍‌ଘାଟନ କରିଛନ୍ତି। ୩୦୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୪୩,୪୪୫ ବର୍ଗ ମିଟର ବ୍ୟବସାୟ କେନ୍ଦ୍ରର ଉଦ୍‌ଘାଟନ ଅବସରରେ ମୋଦି କହିଛନ୍ତି, ଆମେ ଯେଉଁ ଯୋଜନାର ଶିଳାନ୍ୟାସ କରୁ, ତାହାର ଉଦ୍‌ଘାଟନ କରୁ। ୨୦୧୪ ନଭେମ୍ବର ୭ରେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପର ଉଦ୍‌ଘାଟନ ପରେ ବାରାଣସୀ ଓ ଆଖପାଖ ଜିଲ୍ଲାର ଆନୁମାନିକ ୬୦,୦୦୦ ବୁଣାକାର ପରିବାରଙ୍କୁ ଏହା ଦ୍ୱାରା ଲାଭ ମିଳିବ।

ସୂଚନାଯୋଗ୍ୟ ମୋଦି ଏଠାରେ ୧୭ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା ପାଇଁ ଆସିଛନ୍ତି। ଦୈନନ୍ଦିନ ସୁବିଧା, ରେଳ, ବସ୍ତ୍ର, ଆର୍ଥିକ ସମାବେଶ, ପରିବେଶ ଓ ସ୍ୱଚ୍ଛତା, ପଶୁପାଳନ, ସଂସ୍କୃତି ଓ ଆଧ୍ୟାତ୍ମିକତା ସହିତ ଜଡ଼ିତ କାର୍ଯ୍ୟକ୍ରମରେ ମୋଦି ସାମିଲ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe