ଜଳନ୍ତା ଫର୍ଚୁନର୍‌ରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ

ଗାଜିଆବାଦର ଜଣେ ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ ସଂଜୟ ଯାଦବଙ୍କ  ଦଗ୍ଧୀଭୂତ ମୃତଦେହ ଟୟଟା ଫର୍ଚୁନର୍‌ ଏସ୍‌ୟୁଭିରୁ ମଙ୍ଗଳବାର ରାତିରେ ମିଳିଥିଲା। ଉକ୍ତ ଘଟଣାର ପୁଲିସ ତଦନ୍ତ ହେବାପରେ ଜଣାପଡ଼ିଛି ଯେ ସଂଜୟ ଯାଦବ ନିଆଁରେ ଜଳି ମରିନାହାନ୍ତି ବରଂ ତାଙ୍କର ୨ ସାଙ୍ଗ ବିଶାଲ...

gdgaddga

NDTV

ନୂଆଦିଲ୍ଲୀ: ଗାଜିଆବାଦର ଜଣେ ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ ସଂଜୟ ଯାଦବଙ୍କ  ଦଗ୍ଧୀଭୂତ ମୃତଦେହ ଟୟଟା ଫର୍ଚୁନର୍‌ ଏସ୍‌ୟୁଭିରୁ ମଙ୍ଗଳବାର ରାତିରେ ମିଳିଥିଲା। ଉକ୍ତ ଘଟଣାର ପୁଲିସ ତଦନ୍ତ ହେବାପରେ ଜଣାପଡ଼ିଛି ଯେ ସଂଜୟ ଯାଦବ ନିଆଁରେ ଜଳି ମରିନାହାନ୍ତି ବରଂ ତାଙ୍କର ୨ ସାଙ୍ଗ ବିଶାଲ ଏବଂ ଜିତ୍‌ ତାଙ୍କୁ ତଣ୍ଟି ଚିପି ମାରିଦେଇଛନ୍ତି। ଏହି ମାମଲାରେ ୨ ଅଭିଯୁକ୍ତ ବିଶାଲ୍‌ ଏବଂ ଜିତ୍‌ ଗିରଫ ହୋଇଛନ୍ତି।  ତଦନ୍ତରୁ ଜଣାପଡ଼ିଛି ଯେ ସେମାନେ ସଂଜୟ ଯାଦବଙ୍କୁ ତଣ୍ଟି ଚିପି ମାରିବା ପରେ ତାଙ୍କ ଗହଣା ଲୁଟି ନେଇଛନ୍ତି ଏବଂ ତାଙ୍କୁ ଏକ ଏସ୍‌ୟୁଭି‌ରେ ପୂରାଇ ନିଆଁ ଲଗାଇ ଦେଇଛନ୍ତି।  ଜଳି ଯାଇଥିବା ଏସ୍‌ୟୁଭି ସୋମବାର ରାତିରେ ଦାଦ୍ରିର ଜଙ୍ଗଲ ଅଞ୍ଚଳରୁ ମିଳିଥିଲା ।

କାର୍‌ରୁ ସଂଜୟ ଯାଦବଙ୍କ ମୃତଦେହ ମିଳିଥିଲା। ପୁଲିସ ଅନୁଯାୟୀ ସଂଜୟ ଯାଦବ ତାଙ୍କ ପରିବାର ସଦସ୍ୟଙ୍କୁ କହିଥିଲେ ଯେ ସେ ବିଶାଲ ରାଜପୁତ ଏବଂ ଜିତ ଚୌଧୁରୀଙ୍କୁ ଭେଟିବାପାଇଁ ଯାଉଛନ୍ତି।  ସେମାନେ ହିଁ ସଂଜୟଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ। ତଦନ୍ତ ସମୟରେ ବିଶାଲ୍‌ ଏବଂ ଜିତ୍‌ ନିଜ ‌ଦୋଷ ସ୍ବୀକାର କରିଥିଲେ। ଟଙ୍କା ଓ ଗହଣା ଲୁଟିବାପାଇଁ ସେମାନେ ସଂଜୟ ଯାଦବଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe