ନୂଆଦିଲ୍ଲୀ: ଜିଦ୍ ପାଇଁ ବି କେବେ କେବେ ରାସ୍ତା ଜାମ୍ ହୁଏ । ଅଯଥା ଅହଙ୍କାର ପାଇଁ ଅଟକେ ଗାଡି ମଟର, ହନ୍ତସନ୍ତ ହୁଅନ୍ତି ଲୋକେ । ଏକଥା ଶୁଣିଲା ବେଳକୁ ଆପଣଙ୍କୁ ହସ ଲାଗୁଥାଇ ପାରେ କିମ୍ବା ଏହା ଆପଣଙ୍କୁ ଅସମ୍ଭବ ଲାଗୁଥାଇପାରେ କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହେବେ କି ଜିଦ୍ ପାଇଁ ହିଁ ରାସ୍ତା ଜାମ୍ ହୋଇଛି ଆଉ ଲୋକେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଛିଡା ହୋଇ ରହିଛନ୍ତି ।

Advertisment

ହଁ ଆଜ୍ଞା ! ଏଭଳି ଏକ ରୋଚକ ଖବର ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଯେଉଁଠି ବାଇକ୍ ଚାଳକ ଏବଂ ସ୍କୁଟି ଚାଳକଙ୍କ ମଧ୍ଯରେ ଜିଦ୍ ଏବଂ ଯୁକ୍ତିତର୍କ ପାଇଁ ଏକ ଅଣଓସାରିଆ ପୋଲ ଉପରେ ଲାଗିଛି ଗାଡିର ଲମ୍ବା ଲାଇନ । ସେହି ଦୁଇ ଜଣଙ୍କ ଜିଦ୍ ପାଇଁ ଛୋଟ ରାସ୍ତା ଉପରେ ଅନେକ ଲୋକ ଛିଡା ହୋଇଛନ୍ତି । ହେଲେ କିଏ କାହାକୁ ଆଗେ ରାସ୍ତା ଛାଡିବ ନିଷ୍ପତ୍ତି ହେଇ ପାରୁନାହିଁ…

ଅହଙ୍କାର ପାଇଁ ଅଟକିଲା ଗାଡ଼ି

ଜଣେ କହୁଛନ୍ତି ମୁଁ କଣ କଣ ପଛକୁ ଘୁଞ୍ଚିବ, ଅନ୍ୟ ଜଣେ ବି କହୁଛନ୍ତି ମୁଁ କଣ ପାଇଁ ବାଟ ଛାଡିବି । ମୁଁ ଆଗେଇ ଆସିଛି ମାନେ ପଛେଇ ପାରିବିନି, ପାରୁଛ ଯଦି ତମେ ପଛାଅ… ଦୁଇ ଜଣ ଚାଳକଙ୍କ ମଧ୍ଯରେ ସେହି ସମାନ ଯୁକ୍ତିତର୍କ ପାଇଁ ଅଣଓସାରିଆ ପୋଲ ଉପରେ ମାଳ ମାଳ ଗାଡ଼ି ପଛକୁ ପଛ ରହିଛି । ଲୋକେ ବି ଦୁହିଁଙ୍କୁ ବୁଝାଉଛନ୍ତି ହେଲେ କେହି କାହା କଥା ଶୁଣିବାକୁ ନାରାଜ । ବରଂ ନିଜ ଜିଦରେ ଅଟଳ ରହିଛନ୍ତି ।

ଆହୁରି ପଢନ୍ତୁ-

Bihar Election 2025: ନେତାଙ୍କ ନୂଆ ଠିକଣା ବିହାର: ନିର୍ବାଚନ ପାଇଁ ବିହାର ମୁହାଁ ରାଜନେତା… ପ୍ରଚାରରେ କମ୍ପୁଛି ପୂରା ରାଜ୍ୟ

ତେବେ ଘଟଣାଟି ଆସାମର ଗୌହାଟୀ ବୋଲି କୁହାଯାଉଥିବା ବେଳେ ସୋସିଆଲ ମିଡିଆରେ ଏହା ଖୁବ୍ ଭାଇରାଲ ହେଉଛି । ମଣିଷର ଇଗୋ କେତେ ମାରାତ୍ମକ ତାହା ଏହି ଭିଡିଓରେ ଦର୍ଶାଇ ଲୋକେ ଭାଇରାଲ କରୁଛନ୍ତି । ତେବେ ଉକ୍ତ ଘଟଣା ହିଁ ବର୍ଣ୍ଣନା କରୁଛି ମଣିଷ ନିଜ ଜିଦ୍ ପାଇଁ କେବେ କେବେ ନିଜେ ତ ହଇରାଣହୁଏ ମାତ୍ର ଅନ୍ୟକୁ ବି ହଇରାଣରେ ପକାଏ । ତେଣୁ ଯଦି ଟିକେ ନିଜ ଜିଦରୁ ଏହରି ଆସି ସରଳତା ଦେଖାଇ ଦେଉଛେ ତେବେ ସବୁ ସମସ୍ୟାର ସମାଧାନ ହେଇଯାଏ। ଯାହା ଏହି ଦୁଇ ଚାଳକ କରିପାରିଥାନ୍ତେ । ସେଠି ବାଟ ଛାଡିଦେଇଥିବା କିମ୍ବା ପଛକୁ ଫେରିଯାଇଥିବା ଲୋକ ଛୋଟ ହୋଇଯାଇ ନଥାନ୍ତା ବରଂ ତା ବଡପଣ ଦେଖିଥାନ୍ତେ ସମସ୍ତେ ହେଲେ… ମଣିଷର ଅହଙ୍କାର ତା ପାଇଁ ବଡ଼ । ଏହି ଅହଙ୍କାର ପାଇଁ ରାବଣ ବିନାଶକୁ ନିମନ୍ତ୍ରଣ କରିଥିଲା ମାତ୍ର ମଣିଷ କିଛି ବି ଶିକ୍ଷା ପାଉନି…

ଆହୁରି ପଢନ୍ତୁ-

Air India Crash Survivor: ଈଶ୍ବର ଜୀବନ ଦେଲେ, କିନ୍ତୁ ସବୁ ଖୁସି ଛଡ଼ାଇନେଲେ: ବିଶ୍ବାସ କୁମାର