ଲାଞ୍ଚ ଟଙ୍କା ଭାଗବଣ୍ଟା କରୁଥିବା ଭିଡିଓ ଭାଇରାଲ ହେବାପରେ ନିଲମ୍ବିତ ହେଲେ ତିନିଜଣ ଟ୍ରାଫିକ ପୁଲିସ କର୍ମଚାରୀ

Advertisment
ଲାଞ୍ଚ ଟଙ୍କା ଭାଗବଣ୍ଟା କରୁଥିବା ଭିଡିଓ ଭାଇରାଲ ହେବାପରେ ନିଲମ୍ବିତ ହେଲେ ତିନିଜଣ ଟ୍ରାଫିକ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ତିନିଜଣ ଟ୍ରାଫିକ ପୁଲିସଙ୍କ ଦୁଇଟି ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓକୁ ଦେଖିବା ପରେ ଲୋକେ ଟ୍ରାଫିକ ପୁଲିସଙ୍କୁ ଟ୍ରୋଲ କରି କହିଛନ୍ତି, ‘ପୁଲିସ ବାବୁମାନେ କ’ଣ ଭାଗବଣ୍ଟା ଛିଣ୍ଡୁ ନାହିଁ।’

ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତିଙ୍କ  ସହିତ ତିନିଜଣ ଟ୍ରାଫିକ ପୁଲିସ କିଛି ସମୟ କଥା ହୋଇଥିଲେ। ଏହାପରେ ଭିଡିଓରେ ଦେଖିବାକୁ ମିଳୁଥିବା ବ୍ୟକ୍ତି ଜଣକ ଜଣେ ଟ୍ରାଫିକ ପୁଲିସକୁ କିଛି ଟଙ୍କା ବଢ଼ାଇ ଦେଇଥିଲେ। ଯାହାକୁ ଟ୍ରାଫିକ ପୁଲିସ ହାତରେ ନଧରି ବସିଥିବା ଖଟ ଉପରେ ରଖିବାକୁ କହିଥିଲେ।

ବ୍ୟକ୍ତି ଜଣକ ଟଙ୍କା ଦେଇ ଚାଲିଯିବା ପରେ ତିନିଜଣ ଟ୍ରାଫିକ ପୁଲିସ ଏକାଠି ବସି ଉକ୍ତ ଟଙ୍କାକୁ ଭାଗବଣ୍ଟା କରିଥିଲେ। ଏହି ସମୟର ଭିଡିଓକୁ କେହିଜଣେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଭିଡିଓ ସାମ୍ନାକୁ ଆସିବା ପରେ ଘଟଣାରେ ସମ୍ପୃକ୍ତ ଥିବା ତିନିଜଣ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ଏହି ୩ ଟ୍ରାଫିକ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣ ଏସ୍‌ଆଇ ହୋଇଥିବା ବେଳେ ଜଣେ ହେଡ୍ କନଷ୍ଟେବଲ ରହିଛନ୍ତି।

ଦିଲ୍ଲୀ ଉପ-ରାଜ୍ୟପାଳ ଏକ୍ସ ଯୋଗେ ଏହି ଘଟଣାର  ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe