ଦିଲ୍ଳୀ-ଏନ୍‌ସିଆର୍‌ରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ, ଟ୍ରାଫିକ୍‌ ଆର୍ଲଟ ଜାରି

ଦିଲ୍ଳୀ-ଏନ୍‌ସିଆର୍‌ରେ ଲଗାଣ ବର୍ଷା ଯୋଗୁ  ବିଭିନ୍ନ ଅଞ୍ଚଳ ଜଳମଗ୍ନ, ଟ୍ରାଫିକ୍‌ ଆର୍ଲଟ ଜାରି

India Today

ନୂଆଦିଲ୍ଲୀ: ଲଗାତର ଦ୍ବିତୀୟ ଦିନ ପାଇଁ ଦିଲ୍ଲୀ ଓ ଏନ୍‌ସିଆରର‌ କ‌େତେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ଗୁରୁବାର ସକାଳୁ ହୋଇଥିବା ଲଗାଣ ବର୍ଷା ହେତୁ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି, ଯେଉଁ କାରଣରୁ ଟ୍ରାଫିକ ଆଲର୍ଟ ଜାରି କରାଯାଇଛି। ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ଦିଲ୍ଲୀ ଏବଂ ଏହାର ପଡୋଶୀ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି ଯେ ଆଗାମୀ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଏହି ବର୍ଷା ଜାରି ରହିବ। ଗତ କାଲି ଦିଲ୍ଳୀରେ ଆରମ୍ଭ ହୋଇଥିବା ଏହି ବର୍ଷା ହେତୁ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଥିବା ବେଳେ କିଛି ବଡ଼ ବଡ଼ ବିଲ୍ଡିଂ ବି ଧସି ପଡ଼ିଥିଲା। ଦିଲ୍ଲୀ ସହରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଗୁରୁଗ୍ରାମ ପରି ପଡୋଶୀ ସହରଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ହେବା ପରେ ରାସ୍ତାରେ ବ୍ୟାପକ ଜଳସ୍ତର ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ବୁଧବାର ସକାଳେ ଦିଲ୍ଲୀ ଏବଂ ଏହାର ପଡୋଶୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ହେତୁ ଦିଲ୍ଲୀ ଏବଂ ଏନସିଆରର କିଛି ଅଂଶରେ ତାପମାତ୍ରା ୨୭ ଡିଗ୍ରୀ ସେଲସିୟସକୁ ଖସି ଆସିଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସମଗ୍ର ଦିଲ୍ଲୀର ଅନେକ ସ୍ଥାନରେ ମଧ୍ୟମ ଏବଂ ପ୍ରବଳ ବର୍ଷା ସହିତ ବଜ୍ରପାତ  ଜାରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe