‘ମୋର ହାତ ପ୍ରତିରୋପଣ କରାଇ ଦିଅନ୍ତୁ, ଛୁଆକୁ ଟିକେ ଧରି ପାରୁନାହିଁ’

Advertisment

ଓଢ଼ଣୀ ଗାଡ଼ିଚକାରେ ଫସିଯିବାରୁ ଘୋଷାଡ଼ି ହୋଇପଡ଼ିଲେ ମହିଳା। କଟିଗଲା ହାତ। କଟା ହାତ ଶରୀରରେ ହୋଇପାରୁ ନାହିଁ ପ୍ରତିରୋପଣ। ଗୁରୁତର ମହିଳା ଯୋଗୀଙ୍କୁ ମାଗିଛନ୍ତି ସାହାଯ୍ୟ।

ଓଢ଼ଣୀ ଗାଡ଼ିଚକାରେ ଫସିଯିବାରୁ ଘୋଷାଡ଼ି ହୋଇପଡ଼ିଲେ ମହିଳା। କଟିଗଲା ହାତ। କଟା ହାତ ଶରୀରରେ ହୋଇପାରୁ ନାହିଁ ପ୍ରତିରୋପଣ। ଗୁରୁତର ମହିଳା ଯୋଗୀଙ୍କୁ ମାଗିଛନ୍ତି ସାହାଯ୍ୟ।

00

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନସୀ ପ୍ରେମନଗର ଥାନା ଅଞ୍ଚଳସ୍ଥ ରାଜଗଢ଼ରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏକ ବାଇକରେ ଯାଉଥିବା ବେ‌ଳେ ମହିଳାଙ୍କ ଓଢ଼ଣୀ ଗାଡ଼ି ଚକାରେ ଫସି ଯାଇଥିଲା। ଯେଉଁକାରଣରୁ ମହିଳା ଜଣକ ଗାଡ଼ିରୁ ଘୋଷାଡ଼ି ହୋଇ ତଳେ ପଡ଼ିଯାଇଥିଲେ ଓ ତାଙ୍କ ଶରୀରରୁ ବାମ ହାତ ଅଲଗା ହୋଇଯାଇଥିଲା। ଏହି ହାତକୁ ତାଙ୍କ ଶରୀରରେ ପ୍ରତିରୋପଣ କରାଯାଇପାରୁ ନାହିଁ। ଏହି କାରଣରୁ ମହିଳା ଜଣକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଅନୁରୋଧ କରି ନୂଆହାତ ପ୍ରତିରୋପଣ ପାଇଁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରେମନଗର ଥାନା ଅଞ୍ଚଳସ୍ଥ ରାଜଗଢ଼ରେ ରହୁଥିବା ଜୟରାମ ଅହିରବାରଙ୍କ ଝିଅ ରକ୍ଷାଙ୍କ ୫ବର୍ଷର ଝିଅର ଶରୀର ଅସୁସ୍ଥ ଥିଲା। ଝିଅର ଚିକିତ୍ସା ପାଇଁ ଗତ ଗୁରୁବାର ରକ୍ଷା ତାଙ୍କ ଭାଇ ‌ଶୈଳେନ୍ଦ୍ରଙ୍କ ସହିତ ବସି ହସ୍ପିଟାଲ ଯାଉଥିଲେ। ଏହି ସମୟରେ ତାଙ୍କ ଓଢ଼ଣୀ ଅସାବଧାନତାବଶତଃ ବାଇକ ଚକାରେ ଫସି ଯାଇଥିଲା। ଓଢ଼ଣୀ ସହିତ ରକ୍ଷା ବାଇକରୁ ଟାଣି ହୋଇ ତଳେ ପଡ଼ିଯାଇଥିଲେ। ଏହି ସମୟରେ ତାଙ୍କ ଶରୀରରୁ ବାମ ହାତ ଅଲଗା ହୋଇ ଅଜସ୍ର ରକ୍ତସ୍ରାବ ହୋଇଥିଲା। ସେ ଅଚେତ ହୋଇପଡ଼ିଥିଲେ।

ସ୍ଥାନୀୟଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ହସ୍ପିଟାଲରେ ରକ୍ଷାଙ୍କ ଚିକିତ୍ସା ଆରମ୍ଭ କରି କଟି ଯାଇଥିବା ହାତ ଲଗାଇବାକୁ ଚେଷ୍ଟା କରିଥିଲେ ହେଲେ ଅସଫଳ ରହିଥିଲେ। 

ତେଣୁ ଗୁରୁତର ଆହତ ମହିଳା ଯୋଗୀଙ୍କୁ ଅନୁରୋଧ କରି କହିଛନ୍ତି, ‘ସାର ଦୟା କରି ମୋ ଶରୀରରେ ହାତ ପ୍ରତିରୋପଣ କରାଇ ଦିଅନ୍ତୁ। ମୋର ଚେତା ଫେରିବା ପର ଠାରୁ ମୁଁ ଦେଖୁଛି ମୋର ୫ବର୍ଷର ଶିଶୁ ଜୋରରେ କାନ୍ଦୁଛି ।  ମୁଁ  ତାକୁ ନା ଧରି ପାରୁଛି ନା ଖୁଆଇ ପାରୁଛି। ଭାରି କଷ୍ଟ ହେଉଛି। କଟି ଯାଇଥିବା ହାତ ମୋର ଶରୀରରେ ପ୍ରତିରୋପଣ ହୋଇପାରିବ ନାହିଁ ବୋଲି ଡାକ୍ତର ରୋକଠୋକ ମନା କରି ଦେଇଛନ୍ତି। ଅନ୍ୟ ଜଣକଙ୍କ ହାତ ପ୍ରତିରୋପଣ ପାଇଁ ଗୁଡାଏ ଟଙ୍କାର ଆବଶ୍ୟକ ରହିଛି। ଯାହାକି ଆମ ପାଖରେ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe