Manipur Gang-Rape Victim Dies: ମଣିପୁର ହିଂସା: ୩ ବର୍ଷର ଯନ୍ତ୍ରଣା ସହି ସହି ଶେଷରେ ଆଖି ବୁଜିଦେଲେ କୁକି ଗଣଦୁଷ୍କର୍ମ ପୀଡ଼ିତା...

Advertisment

ଗଣଦୁଷ୍କର୍ମ ପରେ ତାଙ୍କ ଠାରେ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥିବା ବେଳେ ତାଙ୍କୁ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା । ସେ ମାନସିକ ଅବସାଦରେ ଥିଲେ । ପୀଡିତାଙ୍କୁ ୧୮ ବର୍ଷ ହୋଇଥିଲା, ଏକ ପାହାଡ଼ ଉପରକୁ ନେଇଯାଇ ଗଣଦୁଷ୍କର୍ମ କରାଯାଇଥିଲା...

Updated On

ଗଣଦୁଷ୍କର୍ମ ପରେ ତାଙ୍କ ଠାରେ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥିବା ବେଳେ ତାଙ୍କୁ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା । ସେ ମାନସିକ ଅବସାଦରେ ଥିଲେ । ପୀଡିତାଙ୍କୁ ୧୮ ବର୍ଷ ହୋଇଥିଲା, ଏକ ପାହାଡ଼ ଉପରକୁ ନେଇଯାଇ ଗଣଦୁଷ୍କର୍ମ କରାଯାଇଥିଲା...

ଅଦ୍ୟତନ ହୋଇଛି
New Project (8)

Manipur Gang-Rape Photograph: (sambad.in)

ଇମ୍ଫାଲ: ମଣିପୁର ହିଂସାର ପାଖାପାଖି ୩ ବର୍ଷ ପରେ କୁକି ଗଣଦୁଷ୍କର୍ମ ପୀଡ଼ିତାଙ୍କର ଚୁରାଚାନ୍ଦପୁର ଜିଲ୍ଲାର ଏକ ହସ୍ପିଟାଲରେ ଚଳିତ ମାସରେ ମୃତ୍ୟୁ ହୋଇଛି। ପୀଡ଼ିତାଙ୍କ ପରିବାର ପକ୍ଷରୁ ରବିବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି। ୨୦୨୩ ମେ’ ମାସରେ ମଣିପୁର ହିଂସା ଦେଖାଯାଇଥିବାବେଳେ ଏହି କୁକି ମହିଳାଙ୍କୁ ଅପହରଣ କରି ନିର୍ଯାତନା ଦିଆଯିବା ସହିତ ଗଣଦୁର୍ଷ୍କମ କରାଯାଇଥିଲା। ସେବେଠାରୁ ସେ ଶାରୀରିକ ତଥା ମାନସିକ ଆଘାତ ସହିତ ଲଢ଼ି ଆସୁଥିଲେ। ଗଣଦୁଷ୍କର୍ମ ଓ ନିର୍ଯାତନା ଘଟଣାପରେ ତାଙ୍କ ଠାରେ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥିବାବେଳେ ତାଙ୍କୁ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା। ସେ ମାନସିକ ଅବସାଦରେ ଥିଲେ ବୋଲି ତାଙ୍କ ମା’ କହିଛନ୍ତି। 

ଆହୁରି ପଢନ୍ତୁ- Chilika Lake: ଚିଲିକାରେ ଏଥର ଜୁଟିଲେ ୧୧ ଲକ୍ଷ ୩୨ ହଜାର ୨୦୦ ବିହଙ୍ଗ

ଗଣଦୁଷ୍କର୍ମ ଘଟଣାବେଳେ ପୀଡ଼ିତାଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା। ଇମ୍ଫାଲର ଏକ ବ୍ୟୁଟି ସାଲୋନରେ ସେ କାମ କରୁଥିଲେ। ମେ’ ୧୫ରେ ତାଙ୍କୁ ବନ୍ଧକ କରିନିଆଯାଇଥିଲା। ତାଙ୍କୁ ବିଷ୍ଣୁପୁର ଜିଲ୍ଲାର ଏକ ପାହାଡ଼ ଉପରକୁ ନେଇଯାଇ ଗଣଦୁଷ୍କର୍ମ କରାଯାଇଥିଲା। ତଥାପି ସେ ସେଠାରୁ ଖସି ପଳାଇ ଆସିଥିଲେ। ସେବେଠାରୁ ତାଙ୍କୁ ନାଗାଲାଣ୍ଡ, ଆସାମ ଓ ମଣିପୁରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ପୀଡ଼ିତାଙ୍କର ଚୁରାଚାନ୍ଦପୁର ଜିଲ୍ଲାର ଏକ ସରକାରୀ ହସ୍ପିଟାଲରେ ଜାନୁଆରି ୧୧ ତାରିଖରେ ମୃତ୍ୟୁ ହୋଇଥିବା ତାଙ୍କ ମା’ ସୂଚନା ଦେଇଛନ୍ତି। ଗତ କିଛି ଦିନ ତଳେ ସେ ଘରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା।

ଆହୁରି ପଢନ୍ତୁ- Hockey India League: ହକି ଇଣ୍ଡିଆ ଲିଗ୍‌: ବେଙ୍ଗଲ ଟାଇଗର୍ସର ରୋମାଞ୍ଚକର ବିଜୟ

ଘଟଣା ସମୟରେ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାରେ କୁହାଯାଇଥିଲା ଯେ, ମେ’ ୧୫ ୨୦୨୩ରେ ଇମ୍ଫାଲର ଏକ ଏଟିଏମ୍‌ କିଓସ୍କଠାରୁ ପୀଡ଼ିତାଙ୍କୁ ଚାରି ଜଣ ଲୋକ ଏକ କାର୍‌ରେ ଅପହରଣ କରିନେଇଥିଲେ। ସେଠାରେ ତାଙ୍କୁ ମୈତେୟୀ ସମ୍ପ୍ରଦାୟର ପୁରୁଷ ଓ ମହିଳା ନିସ୍ତୁକ ପିଟିଥିଲେ। ମୈତେୟୀ ସମ୍ପ୍ରଦାୟ ଲୋକମାନେ ସେମାନଙ୍କ ସମୁଦାୟର କଠୋର ଆରାମ୍ବାଇ ତେଙ୍ଗଗୋଲ ଗୋଷ୍ଠୀର ସଦସ୍ୟଙ୍କୁ ଡାକି ପୀଡ଼ିତାଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କଳା ପୋଷାକ ଓ ସର୍ବଦା ବନ୍ଧୁକ ରଖୁଥିବା ଆରାମ୍ବାଇ ତେଙ୍ଗଗୋଲ ସଦସ୍ୟ ପୀଡ଼ିତାଙ୍କୁ ଏକ ପାହାଡ଼ ଉପରକୁ ନେଇ ଗଣଦୁଷ୍କର୍ମ କରିଥିଲେ ବୋଲି ଏତଲାରେ କୁହାଯାଇଥିଲା। ପାହାଡ଼ ଉପ‌ରେ ସମ୍ପୃକ୍ତ ଚାରି ଜଣ ଆରାମ୍ବାଇ ତେଙ୍ଗଗୋଲ ସଦସ୍ୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଓ ସେମାନଙ୍କ ମଧ୍ୟରୁ ଜଣେ ଗାଡ଼ି ଓଲଟାଇ ଦେବାକୁ ଚେଷ୍ଟା କରିବା ସମୟରେ ଗାଡ଼ି ପୀଡ଼ିତାଙ୍କ ଉପରେ ଧକ୍କା ହୋଇଥିଲା ଓ ସେ ପାହାଡ଼ ତଳକୁ ଖସି ପଡ଼ିଥିଲେ। ପାହାଡ଼ରୁ ଖସିବା ପରେ ସେ ଜଣେ ଅଟୋ ଡ୍ରାଇଭରଙ୍କ ସହାୟତାରେ ଇମ୍ଫାଲରେ ପହଞ୍ଚି ପାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe