ମହାରାଷ୍ଟ୍ରରେ ଟ୍ରେନ୍ ଦୁର୍ଘଟଣା, ୧୨ ମୃତ: ପୁଷ୍ପକ ଏକ୍ସପ୍ରେସ୍‌ରୁ ଓହ୍ଲାଇଲେ, କର୍ଣ୍ଣାଟକ ଏକ୍ସପ୍ରେସ୍‌ ମାଡ଼ିଗଲା

Advertisment

ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ବୁଧବାର ଟ୍ରେନ୍ ଧକ୍କାରେ ୧୨ ଜଣଙ୍କ ମୃତ୍ୟୁ ଘଟିିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଟ୍ରେନ୍‌ରେ ନିଆଁ ଲାଗିଛି ବୋଲି ଏକ ଗୁଜବ ପ୍ରଚାରିତ ହେବା ପରେ ଭୟଭୀତ ହୋଇ ପୁଷ୍ପକ ଏକ୍ସପ୍ରେସ୍‌ର ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିବା...

ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ବୁଧବାର ଟ୍ରେନ୍ ଧକ୍କାରେ ୧୨ ଜଣଙ୍କ ମୃତ୍ୟୁ ଘଟିିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଟ୍ରେନ୍‌ରେ ନିଆଁ ଲାଗିଛି ବୋଲି ଏକ ଗୁଜବ ପ୍ରଚାରିତ ହେବା ପରେ ଭୟଭୀତ ହୋଇ ପୁଷ୍ପକ ଏକ୍ସପ୍ରେସ୍‌ର ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିବା...

sfssfsf

ଜଳଗାଓଁ: ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ବୁଧବାର ଟ୍ରେନ୍ ଧକ୍କାରେ ୧୨ ଜଣଙ୍କ ମୃତ୍ୟୁ ଘଟିିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଟ୍ରେନ୍‌ରେ ନିଆଁ ଲାଗିଛି ବୋଲି ଏକ ଗୁଜବ ପ୍ରଚାରିତ ହେବା ପରେ ଭୟଭୀତ ହୋଇ ପୁଷ୍ପକ ଏକ୍ସପ୍ରେସ୍‌ର ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିବା ପରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍‌ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ରିପୋର୍ଟ ଅନୁଯାୟୀ, ପୁଷ୍ପକ ଏକ୍ସପ୍ରେସ୍‌ରେ ନିଆଁ ଲାଗିବାର ଗୁଜବ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହି ବିଶୃଙ୍ଖଳା ଭିତରେ କିଛି ଯାତ୍ରୀ ଜରୁରିକାଳୀନ ଚେନ୍ ଟାଣି ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ସେମାନେ ସମାନ୍ତରାଳ ଟ୍ରାକ୍‌ରେ ଓହ୍ଲାଇବା ବେଳେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତକଙ୍କ ପ୍ରକୃତ ସଂଖ୍ୟା ଓ ଆହତଙ୍କ ଅବସ୍ଥା ଯାଞ୍ଚ କରାଯାଉଛି ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

କାଳ ସାଜିଲା ଅଗ୍ନିକାଣ୍ଡ ଗୁଜବ

 ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ କର୍ମଚାରୀଙ୍କ ସହ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଭୁସାୱାଲର ଡିଭିଜନାଲ ରେଲୱେ ମ୍ୟାନେଜର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଟ୍ରେନ୍ ଚକରୁ ଧୂଆଁ ବାହାରୁଥିବା ନେଇ ଗୁଜବ ପ୍ରଚାରକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବା ପରେ ଚେନ୍‌ ଟାଣି ଟ୍ରେନ୍‌କୁ ଅଟକାଇ ଦିଆଯାଇଥିଲା। ଏହି ସମୟରେ ତରବରିଆ ଭାବେ ୨୫ରୁ ଅଧିକ ଲୋକ ଓହ୍ଲାଇପଡ଼ିଥିଲେ। ଅନେକ ବ୍ୟକ୍ତି ଟ୍ରେନ୍‌ ରହିବା ପୂର୍ବରୁ ହିଁ ଡେଇଁ ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିଭଳି ମନମାଡ଼ରୁ ଭୁସାଵାଲ ଅଭିମୁଖେ ଯାଉଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ ଦ୍ବିତୀୟ ଟ୍ରାକ୍ ଦେଇ ଗତି କରୁଥିଲା ଏବଂ ଟ୍ରାକ୍‌ରେ ଥିବା ଲୋକଙ୍କ ଉପରେ ମାଡ଼ିଯାଇଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe