ଟ୍ରେନ ଟ୍ରାଜେଡି: ମୃତାହତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା

Advertisment
ଛତିଶଗଡ଼ରେ କଂଗ୍ରେସକୁ ନିଶାଣ କଲେ ମୋଦୀ: ‘ଯିଏ ଡରିଯାଏ ସିଏ ମୋଦୀ ନୁହେଁ’

Image Courtesy of NDTV

ଭୁବନେଶ୍ବର: ଓଡିଶାର ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ କରମଣ୍ଡଳ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱାଡା ଦୂରନ୍ତ ଏକ୍ସପ୍ରେସ ଭିତରେ ଧକ୍କା ହୋଇଛି। ତେବେ ଏହି ଭୟାବହ ଦୁର୍ଘଟଣାରେ ପ୍ରାୟ ୭୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବାବେଳେ ମୃତ୍ୟୁ ସଂଖ୍ୟା ୧୦୦ ଛୁଇଁବା ଆଶଙ୍କା ରହିଛି। ପ୍ରାୟ ୩୫୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ଖବର ମିଳିଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରାୟ ୭୫ ଡାକ୍ତର ଘଟଣାସ୍ଥଳରେ ନିୟୋଜିତ ଥିବାବେଳେ ୧୦୦ ଆମ୍ବୁଲାନ୍ସ ଓ ୫୦ ବସ ନିୟୋଜିତ ରହିଛି।

ଆହତମାନଙ୍କୁ ବିଭିନ୍ନ ହସପାତାଳରେ ଭର୍ତ୍ତି କରାଯାଇଛି। ତେବେ ଏହି ଭୟାବହ ଟ୍ରେନ ଦୁର୍ଘଟଣାରେ ରେଳବାଇ ପକ୍ଷରୁ ସହାୟତା ଘୋଷଣା କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବତନ୍ତ୍ର ଭାବେ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦,୦୦୦ ହଜାର ଟଙ୍କା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe