ପଞ୍ଜାବରେ ଟ୍ରେନ୍‌ ଦୁର୍ଘଟଣା: ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌, ୫୦ ଲୋକଙ୍କ ମୃତ୍ୟୁ, ଶତାଧିକ ଅାହତ

ରାବଣ ପୋଡ଼ି ବେଳେ ଟ୍ରେନ୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧିି, ଆହୁରି ବଢ଼ିପାରେ

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ନିକଟରେ ଶୁକ୍ରବାର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜାତୀୟ ଗଣମାଧ୍ୟମର ପ୍ରାଥମିକ ରିପୋର୍ଟ ଅନୁସାରେ ଏହି ଟ୍ରେନ୍‌ ଦୁର୍ଘଟଣାରେ ୫୦ ଲୋକଙ୍କର ମୃତ୍ୟୁ ଘଟିଥିବ ବେଳେ ଶତାଧିକ ଲୋକ ଆହତ ହୋଇଥିବା ଅାଶଙ୍କା କରାଯାଉଛି। ଟ୍ରେନ୍‌ଟି ପଠାନକୋଟରୁ ଅମୃତସର ଯାଉଥିବା ଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।

ଅମୃତସରର  ଗୌଡ଼ା ବଜାରରେ ଟ୍ରାକ୍‌ ଉପରେ ରାବଣ ପୁତ୍ତଳିକା ଦହନକୁ ଶତାଧିକ ଲୋକ  ଦେଖୁଥିବା ବେଳେ ଟ୍ରେନ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଯୋଡ଼ା ଫାଟକ ନିକଟରେ ବହୁ ସଂଖ୍ୟାରେ ଦର୍ଶକ ରାବଣ ପୋଡ଼ି ଦେଖୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଉଛି।

ପୋଲିସ କହିଛି, ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ତୀବ୍ର କରି ଦିଆଯାଇଛି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟରେ ସ୍ଥାନୀୟ ଅଞ୍ଚଳ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe