ଦିଲ୍ଲୀରେ ଭୁଲ୍‌ ଷ୍ଟେସନ୍‌ରେ ଟ୍ରେନ୍‌ ପହଞ୍ଚିଲା, ଯାତ୍ରୀ ସ୍ତବ୍ଧ

୯୨ ପଇସାରେ ୧୦ ଲକ୍ଷ ଟଙ୍କାର ଇନସ୍ୟୁରାନ୍‌ସ ! ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଦେଉଛି ଏଭଳି ସୁବିଧା, ଜାଣନ୍ତୁ ଏଥିପାଇଁ ଯାତ୍ରୀଙ୍କୁ କଣ କରିବାକୁ ପଡିବ

ନୂଆଦିଲ୍ଲୀ : ଏକ ବିରଳ ଘଟଣାକ୍ରମରେ ଆଜି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଥିବା ଏକ ପାସେଞ୍ଜର ଟ୍ରେନ୍‌ ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ୍‌ରେ ପହଞ୍ଚିବା ଫଳରେ ସମସ୍ତ ଯାତ୍ରୀ ସ୍ତବ୍ଧ ହୋଇଯାଇଥିଲେ। ସୁଚନାନୁଯାୟୀ, ଲଗ୍‌ ଅପରେଟର ଦୁଇଟି ପାସେଞ୍ଜର ଟ୍ରେନ୍‌ ପାନିପଥ-ନୂଆଦିଲ୍ଲୀ ଏବଂ ସୋନିପତ-ଦିଲ୍ଲୀର ନମ୍ବରକୁ ନେଇ ଦ୍ୱନ୍ଦ୍ୱରେ ରହିବା ଫଳରେ ସେ ଭୁଲ୍‌ ରାସ୍ତାରେ ଟ୍ରେନ୍‌ଟିକୁ ପରିଚାଳନା କରିଥିଲେ। ଫଳରେ ଉଭୟ ପାସେଞ୍ଜର ଟ୍ରେନ୍‌ ଆଜି ସକାଳ ୭.୩୮ ସମୟରେ ଦିଲ୍ଲୀର ସଦର ବଜାର ରେଲେଓ୍ଵ ଷ୍ଟେସନ୍‌ରେ ପହଞ୍ଚିଥିଲା। ତେବେ ଏହି ଘଟଣାରେ ରେଳ ବିଭାଗ ଲଗ୍‌ ଅପରେଟରଙ୍କୁ ନିଲମ୍ବିତ କରିଥିବା ବେଳେ ମାମଲାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe