ରେଳଧାରଣାରେ ବାଇକ ଚଲାଉଥିବା ବେଳେ ଯୁବକଙ୍କ ସହିତ ଘଟିଲା ଏଭଳି ଘଟଣା

Advertisment
ରେଳଧାରଣାରେ ବାଇକ ଚଲାଉଥିବା ବେଳେ ଯୁବକଙ୍କ ସହିତ ଘଟିଲା ଏଭଳି ଘଟଣା

ନୂଆଦିଲ୍ଲୀ: ଆମେ ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ଦେଖିବାକୁ ପାଇଥାଉ । ଫଟୋ ଓ ଭିଡିଓ ଭାଇରାଲ କରିବା ପାଇଁ ଲୋକେ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟଜନକ ଓ ଅଦ୍ଭୁତ ଉପାୟ ଆପଣାଇଥାଆନ୍ତି। ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ସ୍ତବ୍ଧ ହୋଇଯାଇଥାଆନ୍ତି। କିଛି ଲୋକ ତ ସୋସିଆଲ ମିଡିଆରେ ନିଜର ଫଟୋ ଓ ଭିଡିଓ ଭାଇରାଲ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥାଆନ୍ତି।

ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବକ ଇଣ୍ଟରନେଟରେ ଭାଇରାଲ ହେବା ପାଇଁ ତାଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ସୌଭାଗ୍ୟବଶତଃ ଠିକ ସମୟରେ ସେ  ଉପସ୍ଥିତ ବୁଦ୍ଧି ଖଟାଇ ଥିବାରୁ ତାଙ୍କ ଜୀବନ ରକ୍ଷା ପାଇଯାଇଛି।

View this post on Instagram

A post shared by Bhutni_ke (@bhutni_ke_memes)

ଜଣେ ଯୁବକ ଇଣ୍ଟରନେଟରେ ଭାଇରାଲ ହେବା ପାଇଁ ରେଳଧାରଣାରେ ବାଇକ ନେଇ ଯାଉଛନ୍ତି। ଏହି ସମୟରେ ସାମ୍ନାରୁ ଏକ ଟ୍ରେନ ଚାଲି ଆସିଥିଲା। ଏତିକି ବେଳେ ଯୁବକ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ‌ବାଇକକୁ ରେଳଧାରଣାରେ ଶୁଆଇ ସେ ପାଖରେ ଥିବା ଏକ ଖମ୍ଭରେ ଝୁଲି ପଡ଼ିଥିଲେ। ଆଉ ଏକ ନିଶ୍ଚିତ ଦୁର୍ଘଟଣାରୁ ତାଙ୍କ ଜୀବନ ବଞ୍ଚିଯାଇଥିଲା।

ଯୁବକ ଜଣକ ଭିଡିଓକୁ ଇନଷ୍ଟାଗ୍ରାମରେ bhutni_ke_memes ନାମକ ପେଜରେ ସେୟାର କରାଯାଇଛି । ଏହି ଭିଡିଓଟି ଟ୍ରେନରେ ବସିଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ରେକର୍ଡ କରାଯାଇଛି। ସୋସିଆଲ ମିଡିଆରେ ଏହି ଭିଡିଓକୁ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ଭିଡିଓ କେଉଁଠିକାର ତାହା ସ୍ପଷ୍ଟ ହୋଇ ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe