ରେଳ ଧାରଣାରେ ପ୍ରବାସୀଙ୍କ ଆନ୍ଦୋଳନ, ରେଳଗାଡ଼ି ୧୦ ଘଣ୍ଟା ବିଳମ୍ବ

Advertisment
୮ରୁ ଓଡ଼ିଶା ଭିତରେ ଗଡ଼ିବ ୫ଟି ଟ୍ରେନ୍‌

Condé Nast Traveller India

ଲକ୍ଷ୍ନୌ: ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌ରେ ଉତ୍ତରପ୍ରଦେଶ ଏବଂ ବିହାର ଯାଉଥିବା ପ୍ରବାସୀ ଶ୍ରମିକମାନେ ଟ୍ରେନ୍‌ ବିଳମ୍ବ ଏବଂ ଟ୍ରେନ୍‌ରେ ଅସ୍ବାସ୍ଥ୍ୟକର ପରିବେଶ ନେଇ ଅଭିଯୋଗ କରିଛନ୍ତି। ଯାତ୍ରା ସମୟରେ ସେମାନଙ୍କୁ ଖାଦ୍ୟ ମଧ୍ୟ ଠିକ୍‌ରେ ଦିଆଯାଉନଥିବା ନେଇ ଅଭିଯୋଗ ‌ହୋଇଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ରୁ ବିହାର ଅଭିମୁଖେ ଯାଉଥିବା ଏକ ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌ ବିହାର ସୀମା ନିକଟସ୍ଥ ଦିନ ଦୟାଲ ଉପାଧ୍ୟାୟ ରେଳ ଜଙ୍କସନ୍‌ ନିକଟରେ ପ୍ରାୟ ୧୦ ଘଣ୍ଟା ଅଟକିଯିବା ପରେ ଶ୍ରମିକମାନେ ‌ଟ୍ରେନ୍‌ରୁ ଓହ୍ଲାଇ ଆସି ଆନ୍ଦୋଳନ କରିଥିଲେ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ଧୀରେନ ରାୟ ନାମକ ଜଣେ ପ୍ରବ‌ାସୀ ଶ୍ରମିକ କହିଛନ୍ତି, ଟ୍ରେନ୍‌ ଏଠାକୁ ରାତି ୧୧ଟାରେ ଆସିବା‌ ପରଠାରୁ ଅଟକିଛି। ଆମେମାନେ ଜଣପିଛା ୧୫୦୦ ଟଙ୍କା ଦେଇଛୁ। କିନ୍ତୁ ଆମକୁ ଖାଦ୍ୟ କି ପାଣି ମିଳିନାହିଁ।

ସେହିପରି ମହାରାଷ୍ଟ୍ରରରୁ ଉତ୍ତରପ୍ରଦେର ଜଉନପୁରକୁ ଆସିଥିବା ଅନ୍ୟ ଏକ ଶ୍ରମିକ ସ୍ପେସାଲ୍‌ ଟ୍ରେନ୍ ମଧ୍ୟ ବାରଣାସୀ ନିକଟରେ ପ୍ରାୟ ୧୦ ଘଣ୍ଟା‌ ଅଟକିଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଟ୍ରେନ୍‌ରେ ଥିବା ପ୍ରବାସୀ ଶ୍ରମିକମାନେ ରେଳଧାରଣାରେ ଆନ୍ଦୋଳନ କରିଥିଲେ। ତେବେ ‌ରେଳବାଇ ପୁଲିସ ହସ୍ତକ୍ଷେପ କରିବାପରେ ସେମାନେ ଆନ୍ଦୋଳନରୁ ହଟିଥିଲେ। ସେମାନଙ୍କୁ ଖାଇବାକୁ ଦିଆଯାଇଥିଲା ଏବଂ ପରେ ଟ୍ରେନ୍‌ ଯାତ୍ରା ଆରମ୍ଭ ହୋଇଥିଲା ବୋଲି ଜଣାପଡ଼ିଛି। ପ୍ରବାସୀମାନେ କହିଛନ୍ତି, ସେମାନଙ୍କୁ ମହାରାଷ୍ଟ୍ରରେ ଖାଇବାକୁ ମିଳିଥିଲା କିନ୍ତୁ ଉତ୍ତରପ୍ରଦେଶରେ ମିଳିନାହିଁ। ସେହିପରି ଅନ୍ୟ ଏକ ଘଟଣାକ୍ରମେ ପ୍ରବାସୀମାନେ ଗୁଜରାଟରୁ ବିହାରକୁ ଶ୍ରମିକ ସ୍ପେସାଲ୍‌ରେ ଯାଉଥିବା ବେଳେ ସେମାନଙ୍କୁ ଉତ୍ତରପ୍ରଦେଶର କାନପୁରରେ ଯେଉଁ ଖାଦ୍ୟ ଦିଆଯାଇଥିଲା ତାହା ସେମାନେ ଫୋପାଡ଼ି ଦେଇଥିଲେ। ଖାଦ୍ୟ ଅତ୍ୟନ୍ତ ନିମ୍ନ ମାନର ବୋଲି ପ୍ରବାସୀମା‌ନେ ଅଭିଯୋଗ କରିଛନ୍ତି ଏବଂ ପ୍ରବାସୀମାନଙ୍କୁ କାହିଁକି ଅମାନବୀୟ ବ୍ୟବହାର ଦେଖାଯାଉଛି ବୋଲି ପ୍ରଶ୍ନ କରି ସେମାନେ ରେଳବାଇ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଉଲ୍ଲେଖଯୋଗ୍ୟ ଲକ୍‌ଡାଉନ୍‌ ମଧ୍ୟରେ ଉତ୍ତରପ୍ରଦେଶକୁ ପ୍ରାୟ ୧୮.୨୪ ଲକ୍ଷ ପ୍ରବାସୀ ଶ୍ରମିକ ଫେରିଛନ୍ତି। ଅନ୍ୟପକ୍ଷେ ଶୁକ୍ରବାର କେବଳ ୯୩୦ ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌ରେ ୧୨.୩୩ ଲକ୍ଷ ପ୍ରବାସୀ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe