ପୁଣି ଲାଇନଚ୍ୟୁତ ହେଲା ଟ୍ରେନ, ଏଥର ପଶ୍ଚିମବଙ୍ଗରେ

ପୁଣି ଲାଇନଚ୍ୟୁତ ହେଲା ଟ୍ରେନ, ଏଥର ପଶ୍ଚିମବଙ୍ଗରେ

ନୂଆଦିଲ୍ଲୀ: ଦେଶରେ ଟ୍ରେନ ଲାଇନଚ୍ୟୁତ ହେବା ଘଟଣା ନିୟମିତ ହୋଇଗଲାଣି । ଗତ ୪ ଦିନରେ ୩ ଥର ଟ୍ରେନ ଲାଇନଚ୍ୟୁତ ହୋଇଛି । ସଦ୍ୟତମ ଘଟଣାଟି ପଶ୍ଚିମବଙ୍ଗରେ ଘଟିଛି ।  ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ରାଣାଘାଟରେଏଠାରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣା ଯୋଗୁଁ ଏହି ରୁଟରେ ଟ୍ରେନଚଳାଚଳ ପ୍ରଭାବିତ ହୋଇଛି । ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଖବର ପାଇବା ମାତ୍ରେ ରେଳ ପ୍ରଶାସନ ସକ୍ରିୟ ହୋଇଥିଲା। ସଙ୍ଗେ ସଙ୍ଗେ ରେଳବାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଗତ କାଲି ଅର୍ଥାତ୍ ଶନିବାର ଅମରୋହାର କଲ୍ୟାଣପୁରା ଅଞ୍ଚଳରେ ଏକ ମାଲବାହୀ ଟ୍ରେନର ପ୍ରାୟ ୧୨ଟି ବଗି ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣା ଯୋଗୁଁ ଲକ୍ଷ୍ନୌ ରୁ ଦିଲ୍ଲୀ ମଧ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା ।  ମାଲବାହୀ ଟ୍ରେନର ଦୁଇଟି କଣ୍ଟେନରରେ ରାସାୟନିକ ପଦାର୍ଥ ଥିଲା ଯାହା ଲିକ୍ ହେବାର ଆଶଙ୍କା ଥିଲା । ତେବେ ସମୟ ଥାଉ ଥାଉ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇଦିଆଯାଇଥିଲା ।

ଏହା ପୂର୍ବରୁ ୟୁପିର ଗୋଣ୍ଡାରେ ଚଣ୍ଡିଗଡ଼-ଡିବ୍ରୁଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ବେଳେ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଥିବା ବେଳେ ୩୧ ଜଣ ଆହତ ହୋଇଥିଲେ। ସୋମବାରଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଥିବାବେଳେ ବାରମ୍ବାର ରେଳ ଦୁର୍ଘଟଣା ସରକାରଙ୍କ ବିରୋଧରେ ବିରୋଧୀଙ୍କ ହାତରେ ଏକ ବଡ଼ ଅସ୍ତ୍ର ଲାଗିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe