ଶତାଧିକଙ୍କ ଜୀବନ ବଞ୍ଚାଇଲେ ଟ୍ରେନ୍‌ ଡ୍ରାଇଭର :୫ ଲକ୍ଷ ଟଙ୍କା ପୁରସ୍କାର

Advertisment
ଶତାଧିକଙ୍କ ଜୀବନ ବଞ୍ଚାଇଲେ ଟ୍ରେନ୍‌ ଡ୍ରାଇଭର :୫ ଲକ୍ଷ ଟଙ୍କା ପୁରସ୍କାର

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ରେଳ ଓଭରିବି୍ରଜ୍‌ ଭୁଶୁଡ଼ିବା ଫଳରେ ୬ ଜଣ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ ଶତାଧିକଙ୍କ ଜୀବନ ଯିବା ପ୍ରାୟ ନିଶ୍ଚିତ ଥିଲା। ଦୁର୍ଘଟଣାସ୍ଥଳଠାରୁ ପ୍ରାୟ ୫୦ ମିଟର ଦୂରରେ ଏକ ଟ୍ରେନ୍‌ ଆସୁଥିଲା ବେଳେ ଏଥିରେ ପ୍ରାୟ ଶତାଧିକ ଯାତ୍ରୀ ଥିଲେ। ଯଦି ଏହି ଟ୍ରେନ୍‌ ଦୁର୍ଘଟଣା ବେଳେ ପୋଲ ତଳେ ଥାଆନ୍ତା, ତା’ହେଲେ ଅନେକଙ୍କ ପ୍ରାଣହାନି ଘଟିଥାନ୍ତା। କିନ୍ତୁ ପୋଲ ଧସୁଥିବା ବେଳେ ଟ୍ରେନ୍‌ ଡ୍ରାଇଭର ଏହାକୁ ଦେଖିପାରିଥିଲେ। ଏହାପରେ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନ୍‌ର ବ୍ରେକ୍‌ କଷିଥିଲେ। ଫଳରେ ସ୍ୱଳ୍ପ ଦୂରରେ ଟ୍ରେନ୍‌ ଅଟକିଯାଇଥିଲା। ସେଠାରେ ଉପସ୍ଥିତ ଲୋକେ ଏହା ଦେଖି ତଟସ୍ଥ ହୋଇଯାଇଥିଲେ। କିଛି ଲୋକ ଡ୍ରାଇଭର ଚନ୍ଦ୍ରଶେଖର ସାଓ୍ଵନ୍ତଙ୍କ ଉଦ୍ୟମକୁ ବେଶ୍‌ ପ୍ରଶଂସା କରିଥିଲେ। ଏହାପରେ ଖବର ଚାରିଆଡ଼େ ବ୍ୟାପିଯାଇଥିଲା। ଘଟଣା ସମ୍ପର୍କରେ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଅବଗତ ହେବା ପରେ ସାଓ୍ଵନ୍ତଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ମନ୍ତ୍ରୀ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe