ହଠାତ ଲାଇନଚ୍ୟୁତ ହୋଇ ଚାଷ ଜମି ଆଡକୁ ମାଡ଼ିଗଲା ଟ୍ରେନ

Advertisment

ଗୟା-କିଉଲ ରେଳ ଲାଇନରେ ଗତ ଶୁକ୍ରବାର ବଜିରଙ୍ଗଞ୍ଜ ଷ୍ଟେସନ ଓ କୋଲହାନା ହାଲ୍ଟସ୍ଥିତ ରଘୁନାଥପୁର ଗ୍ରାମ ନିକଟରେ ଟ୍ରେନ ଧାରଣାରୁ ଖସି ନିକଟସ୍ଥ ଚାଷଜମି ଭିତରକୁ ମାଡ଼ି ଯାଇଥିଲା।

ଗୟା-କିଉଲ ରେଳ ଲାଇନରେ ଗତ ଶୁକ୍ରବାର ବଜିରଙ୍ଗଞ୍ଜ ଷ୍ଟେସନ ଓ କୋଲହାନା ହାଲ୍ଟସ୍ଥିତ ରଘୁନାଥପୁର ଗ୍ରାମ ନିକଟରେ ଟ୍ରେନ ଧାରଣାରୁ ଖସି ନିକଟସ୍ଥ ଚାଷଜମି ଭିତରକୁ ମାଡ଼ି ଯାଇଥିଲା।

୬୭୮

ନୂଆଦିଲ୍ଲୀ: ବିହାରର ଗୟା ଜିଲ୍ଲାରେ ଟ୍ରେନ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ରେଳ ଧାରଣାରୁ ଖସି ଟ୍ରେନ ନିକଟସ୍ଥ ଏକ ଚାଷ ଜମି ଭିତରକୁ ମାଡ଼ି ଯାଇଥିଲା। ଏହି ଘଟଣା ଗୟା-କିଉଲ ରେଲୱେ ଲାଇନରେ ଗତ ଶୁକ୍ରବାର ଘଟିଥିବା ବେଳେ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ଦେଖିବା ପରେ ଲୋକମାନେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏତେ ବଡ଼ ବିପଦକୁ ଟଳାଇ ନେଇଥିବାରୁ।

ସୂଚନାଯୋଗ୍ୟ, ଗୟା-କିଉଲ ରେଳ ଲାଇନରେ ଗତ ଶୁକ୍ରବାର ବଜିରଙ୍ଗଞ୍ଜ ଷ୍ଟେସନ ଓ କୋଲହାନା ହାଲ୍ଟସ୍ଥିତ ରଘୁନାଥପୁର ଗ୍ରାମ ନିକଟରେ ଟ୍ରେନ ଧାରଣାରୁ ଖସି ନିକଟସ୍ଥ ଚାଷଜମି ଭିତରକୁ ଚାଲି ଆସିଥିଲା। ହଠାତ ଚାଷ ଜମି ଭିତରକୁ ଟ୍ରେନଗାଡ଼ି ମାଡ଼ି ଆସୁଥିବା ଦେଖି ସ୍ଥାନୀୟଲୋକ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ସଙ୍ଗେସଙ୍ଗେ ଗ୍ରାମବାସୀ ଆରପିଏଫକୁ ଫୋନ କରି ଘଟଣା ବିଷୟରେ ସୂଚନା ଦେଇଥିଲେ।

ଗତ ଅଗଷ୍ଟମାସରେ ଗୟା ଜିଲ୍ଲାରେ କୋଇଲା ବୋ‌ଝେଇ ଏକ ମାଲଗାଡ଼ିର ଆଠଟି ଡବ୍ବା ଧାରଣାରୁ ତଳକୁ  ଖସି ପଡ଼ିଥିଲ। ସୌଭାଗ୍ୟବଶତଃ ଏଥିରେ କାହାକୁ କିଛି କ୍ଷତି ପହଞ୍ଚି ନଥିଲା। ଏହି ଘଟଣା  ରସୁଲପୁର ନିକଟରେ ଘଟିଥିଲା

ଅଧିକପଢ଼ନ୍ତୁ: ପାନ ମସାଲା ମାଲିକଙ୍କ ସ୍ତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe