Image Courtesy of Planet Labs/Reuters
ୱାସିଂଟନ୍/ସିଓଲ୍: ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍-ଉନ୍ଙ୍କର ସ୍ବତନ୍ତ୍ର ଟ୍ରେନ୍ ପରି ମନେହେଉଥିବା ଏକ ଟ୍ରେନ୍ ଚଳିତ ସପ୍ତାହରେ ଏକ ରିସର୍ଟ ସହରରେ ଦେଖିବାକୁ ମିଳିଛି। କିମ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଏବଂ ଅବସ୍ଥିତି ବିଷୟରେ ନାନାଦି ଆଲୋଚନା ଚାଲିଥିବା ବେଳେ ସାଟେଲାଇଟ୍ ଫଟୋକୁ ଅନୁଶୀଳନ କରି ୱାସିଂଟନ୍ସ୍ଥିତ ଉତ୍ତର କୋରିଆ ମନିଟରିଙ୍ଗ୍ ପ୍ରୋଜେକ୍ଟ ଏହି ଟ୍ରେନ୍ କଥା କହିଛି।
’୩୮ ନର୍ଥ’ ନାମକ ଏହି ମନିଟରିଙ୍ଗ୍ ପ୍ରୋଜେକ୍ଟ୍ ଶନିବାର ଦିନ ରିପୋର୍ଟ କରିଛି ଯେ ଏପ୍ରିଲ୍ ୨୧ ଏବଂ ୨୩ ତାରିଖରେ ୱନ୍ସାନ୍ର ‘ଲିଡର୍ସିପ୍ ଷ୍ଟେସନ୍’ରେ ଟ୍ରେନ୍ଟି ରଖାଯାଇଥିଲା। ଏହି ଷ୍ଟେସନ୍ କିମ୍ଙ୍କ ପରିବାର ପାଇଁ ସଂରକ୍ଷିତ ରହିଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
Image Courtesy of Reutersଏହା କିମ୍ ଜୋଙ୍ଗ୍ଙ୍କ ଟ୍ରେନ୍ ହୋଇଥିବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ, କିମ୍ ୱନ୍ସାନ୍ରେ ଅଛନ୍ତି କି, ନାହିଁ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ଜଣାପଡ଼ିନାହିଁ। ମାତ୍ର କିମ୍ ଦେଶର ପୂର୍ବ ଉପକୂଳରେ ରହୁଥିବା ସମ୍ଭାବନା ଉପରେ ଗୁରୁତ୍ବ ଦିଆଯାଇ ପାରେ।
ଏଠାରେ ପ୍ରକାଶଯୋଗ୍ୟ ଯେ ଏପ୍ରିଲ୍ ୧୫ ତାରିଖ ଦିନ ଉତ୍ତର କୋରିଆର ପ୍ରତିଷ୍ଠାତା କିମ୍ଙ୍କ ଜେଜେ ଦ୍ବିତୀୟ କିମ୍ଙ୍କ ଜନ୍ମବାର୍ଷିକୀରେ କିମ୍ ଅନୁପସ୍ଥିତ ଥିଲେ। ସେହି କାରଣରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।
ଏପ୍ରିଲ୍ ୧୧ ତାରିଖ ଦିନ କିମ୍ ଏକ ବୈଠକରେ ଅଧ୍ୟକ୍ଷତା କରିଥିବା ପ୍ରସଙ୍ଗରେ ଉତ୍ତର କୋରିଆର ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଥିଲା।
Follow Us