ଟ୍ରେନ ଆସୁଥିବା ଦେଖି ଧାରଣାରେ ମୁଣ୍ଡ ରଖି ଶୋଇପଡ଼ିଲେ ବ୍ୟକ୍ତି: ଲୋକପାଇଲଟଙ୍କ ହେତୁ ବଞ୍ଚିଗଲା ଜୀବନ

ଟ୍ରେନ ଆସୁଥିବା ଦେଖି ଧାରଣାରେ ମୁଣ୍ଡ ରଖି ଶୋଇପଡ଼ିଲେ ବ୍ୟକ୍ତି: ଲୋକପାଇଲଟଙ୍କ ହେତୁ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ଦ୍ୱାରା ସେୟାର କରାଯାଇଥିବା ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ସୂତେସୂତେରେ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି। ଯେମିତି ହିଁ ଟ୍ରେନ୍ ନିକଟତର ହୋଇଥିଲା ବ୍ୟକ୍ତି ଜଣକ ରେଳ ଧାରଣାରେ ଆସି ଶୋଇ ପଡ଼ିଥିଲେ । ଯଦି ଟ୍ରେନ୍ ଲୋକପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ନଥାଆନ୍ତେ, ତେବେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଉଛି। ଏହି ଭିଡିଓଟି ମୁମ୍ବାଇର ଶିବଡି ଷ୍ଟେସନର। ଯେଉଁଠାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓର ଆରମ୍ଭରେ ଜଣେ ବ୍ୟକ୍ତି ରେଳ ଧାରଣାରେ ବେପରୁଆ ଭାବରେ ଚାଲୁଥିବା ଦେଖିବାକୁ ମିଳୁଛି। ଯେମିତି ହିଁ ଭିଡିଓଟି ଆଗକୁ ବଢ଼ୁଛି ସେଥିରେ ଏକ ଟ୍ରେନ୍ ପାଖେଇ ଆସୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଜଣେ ବ୍ୟକ୍ତି ଧାରଣା ଉପରେ ମୁଣ୍ଡ ଦେଇ ଶୋଇ ପଡ଼ୁଛନ୍ତି। ଏହି ଦୃଶ୍ୟ ଦେଖି ସଙ୍ଗେସଙ୍ଗେ ଲୋକପାଇଲଟ୍ ଜରୁରୀକାଳୀନ ବ୍ରେକ୍ ଦବାଇ ଦେଇଥିଲେ।

ଏହାପରେ ଟ୍ରେନଟି ତୁରନ୍ତ ଟ୍ରାକରେ ଅଟକି ଯାଇଥିଲା ଏବଂ ଏକ ନିଶ୍ଚିତ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। କିଛି ଆରପିଏଫ୍ କର୍ମଚାରୀ ଉଦ୍ଧାର ପାଇଁ ଉକ୍ତ ବ୍ୟକ୍ତିଙ୍କ ଆଡକୁ ଦୌଡ଼ି ଯାଉଥିବା ଦେଖିବାକୁ ମିଳିଥିଲା। ଫୁଟେଜରେ ଏହି ଘଟଣା ସକାଳ ପ୍ରାୟ ୧୧.୪୫ରେ ଘଟିଥିଲା।

ଏହି ଭିଡିଓକୁ ଏକ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ପ୍ରାୟ ୯୦୦ ଲୋକ ରିଟ୍ୱିଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe