ପ୍ରଶିକ୍ଷିତ କୁକୁର ଚିହ୍ନିପାରୁଛି କରୋନା ସଂକ୍ରମଣ

ପ୍ରଶିକ୍ଷିତ କୁକୁର ଚିହ୍ନିପାରୁଛି କରୋନା ସଂକ୍ରମଣ

Bloomberg

ନୂଆଦିଲ୍ଲୀ: କରୋନାଭୂତାଣୁ ସଂକ୍ରମଣକୁ ଠାବ କରିବା ପାଇଁ ସ୍ବାବ୍‌ ପରୀକ୍ଷଣ ଏବଂ ଆଣ୍ଟିବଡି ପରୀକ୍ଷା ଆଦି ବ୍ୟବସ୍ଥା ଥିବା ସତ୍ତ୍ବେ ଜର୍ମାନୀର ହାଙ୍କୋଭର ସ୍ଥିତ ପଶୁଚିକିତ୍ସା ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ଅଭିନବ ପଦ୍ଧତି ବାହାର କରିଛନ୍ତି। କୁକୁରମାନଙ୍କୁ ପ୍ରଶିକ୍ଷିତ କରି ସେମାନେ କରୋନାଭୂତାଣୁର ଅବସ୍ଥିତିକୁ ନିର୍ଭୁଲ ଭାବ ଠାବ କରିପାରିଛନ୍ତି ଯାହା କି ୯୪ ପ୍ରତିଶତ ସଫଳତା ଦେଇଛି ବୋଲି ସେମାନେ ଦାବି କରିଛନ୍ତି। ସୂଚନାନୁଯାୟୀ, ଜର୍ମାନୀ ସେନାର ୮ଟି କୁକୁରଙ୍କୁ ଏକ ସପ୍ତାହ ଧରି ଅଭିନବ କରୋନାଭୂତାଣୁ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ପରେ ଏକ ହଜାର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଯାଞ୍ଚ କରିବା ଲାଗି ଏହି କୁକୁରମାନଙ୍କୁ ନିର୍ଦ୍ଦେଶ ଦିଆଯାଯାଇଥିଲା।

ଏହି ଶ୍ବାନମାନେ ସମସ୍ତଙ୍କର ଲାଳକୁ ଶୁଂଘି ଶୁଂଘି କରୋନାଭୂତାଣୁ ସଂକ୍ରମିତଙ୍କୁ ତୁରନ୍ତ ଚିହ୍ନଟ କରିପାରିଥିଲେ। ଏପରିକି ସେମାନଙ୍କ ଚିହ୍ନଟରେ ୯୪ ପ୍ରତିଶତ ନିର୍ଭୁଲତା ଥିବା ଜଣାଯାଇଥିଲା। ଏ ସମ୍ପର୍କରେ ଜଣେ ଗବେଷକଙ୍କ କହିବା କଥା, କରୋନାଭୂତାଣୁର ଶରୀର ଗଠନ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା। ତେବେ ସାଧାରଣତଃ ମନୁଷ୍ୟ ଅପେକ୍ଷା ହଜାରେ ଗୁଣ ଅଧିକ ଘ୍ରାଣଶକ୍ତି ଥିବା ଏହି କୁକୁରମାନେ ସେହି ଫରକକୁ ଠିକ୍‌ରେ ଠଉରାଇପାରୁଛନ୍ତି। କୁକୁରମାନଙ୍କର ଏହି ସଫଳତାକୁ ବିଶେଷ କରି ବିମାନ ବନ୍ଦର, ସୀମାନ୍ତ ଇଲାକା, ଷ୍ଟାଡିଅମ୍‌ ଏବଂ ଅନ୍ୟାନ୍ୟ ଗହଳି ସ୍ଥାନରେ ବିନିଯୋଗ କରି ଅନାୟାସରେ ସନ୍ଦିଗ୍ଧ କରୋନାଭୂତାଣୁ ସଂକ୍ରମିତଙ୍କୁ ଠାବ କରିହେବ ବୋଲି ଭାଙ୍କୋଭରର ଗବେଷକମାନେ ଆଶାବାଦୀ ଅଛନ୍ତି। ଏହାପରେ ଇନ୍‌ଫ୍ଲୁଏଞ୍ଜା ପରି ଅନ୍ୟ ରୋଗ ଏବଂ କୋଭିଡ୍‌-୧୯ ମଧ୍ୟରେ ଥିବା ତାରତମ୍ୟ ସମ୍ପର୍କରେ ଜର୍ମାନୀ ସେନାର ଏହି ଦକ୍ଷ କୁକୁରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe