ବିନା ଡ୍ରାଇଭରରେ ‌ଚାଲିବ ଟ୍ରେନ୍‌

Advertisment
ବିନା ଡ୍ରାଇଭରରେ ‌ଚାଲିବ ଟ୍ରେନ୍‌

YouTube

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋର ଡ୍ରାଇଭର ବିହୀନ ଟ୍ରେନକୁ ଆସନ୍ତାକାଲି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ। ଏହା ହେବ ଦେଶର ପ୍ରଥମ ଡ୍ରାଇଭରବିହୀନ ଟ୍ରେନ। ଉକ୍ତ ଟ୍ରେନଟି ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ (ଜନକପୁରୀ ୱେଷ୍ଟରୁ ବଟାନିକାଲ ଗାର୍ଡେନ ମଧ୍ୟରେ) ଚଳାଚଳ କରିବ। ଉପରୋକ୍ତ ଦୁଇ ସ୍ଥାନ ମଧ୍ୟରେ ଦୂରତା ୩୭ କିଲୋମିଟର। ଏହାପରେ ପିଙ୍କ ଲାଇନ୍‌ରେ ମଜଲିସ୍ ପାର୍କରୁ ଶିବ ବିହାର ମଧ୍ୟରେ ଆସନ୍ତାବର୍ଷ ମଧ୍ୟଭାବ ସୁଦ୍ଧା ୫୭ କିମି ମଧ୍ୟରେ ଆଉ ଏକ ଡ୍ରାଇଭର ବିହୀନ ଟ୍ରେନ ଚଳାଚଳ କରିବ। ଏହାପରେ ଦିଲ୍ଲୀ ମେଟ୍ରୋରେ ୯୪ କିମି ମଧ୍ୟରେ ଡ୍ରାଇଭର ବିହୀନ ଟ୍ରେନ ଚଳାଚଳ କରିବ। ବିଶ୍ବରେ ମେଟ୍ରୋ ନେଟୱାର୍କରେ ଚଳାଚଳ କରୁଥିବା ଡ୍ରାଇଭରବିହୀନ ଟ୍ରେନରେ ଭାରତର ଅବଦାନ ପ୍ରାୟ ୯ ପ୍ରତିଶତ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe