କଂଗ୍ରେସ ବିଧାୟକଙ୍କ କର୍ମୀଙ୍କ ଗାଡିର ଚାଲାଣ କାଟି ବଦଳି ହେଲେ ମହିଳା ଆଇଏଏସ ଅଧିକାରୀ!

Advertisment
କଂଗ୍ରେସ ବିଧାୟକଙ୍କ କର୍ମୀଙ୍କ ଗାଡିର ଚାଲାଣ କାଟି ବଦଳି ହେଲେ ମହିଳା ଆଇଏଏସ ଅଧିକାରୀ!

photo-sabguru.com

ଜୟପୁର: ବିଧାୟକଙ୍କ କାର୍ଯ୍ୟକର୍ତ୍ତାଙ୍କ ଗାଡିର ଚାଲାଣ କାଟିଥିବାରୁ ବଦଳି ହେଲେ ଆଇଏଏସ ଅଧିକାରୀ | ରାଜସ୍ଥାନର ଚିତ୍ତୋରଗଡରେ ସବଡିଭିଜନ ଅଫିସର ଭାବରେ କାର୍ଯ୍ୟ କରୁଥିବା ଆଇଏଏସ୍ ଅଧିକାରୀ ତେଜସ୍ୱୀ ରାଣାଙ୍କ ସ୍ଥାନାନ୍ତର ବା ବଦଳି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଇଏଏସ୍ ଅଧିକାରୀ ତେଜସ୍ୱୀ ରାଣା ଲକଡାଉନ ଉଲ୍ଲଂଘନ କରିଥିବା କଂଗ୍ରେସ ବିଧାୟକଙ୍କ କାରର ଚାଲାଣ କାଟିଥିଲେ । ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ରାତିରେ ନିଜେ ତେଜସ୍ୱୀ ରାଣା ମୁଖ୍ୟ ବଜାର ଦେଇ ଯାଉଥିବା ବେଗୁନ୍ ବିଧାୟକ ତଥା କଂଗ୍ରେସ ନେତା ରାଜେନ୍ଦ୍ର ସିଂ ବିଧୁରୀଙ୍କ କାର୍ଯ୍ୟକର୍ତ୍ତାଙ୍କ ଗାଡିର ଚାଲାଣ କାଟି ଦେଇଥିଲେ।

publive-image photo-dainik jagaran

ରାଜେନ୍ଦ୍ର ସିଂ ତାଙ୍କ କର୍ମୀ କାନ ସିଂ ଭାଟିଙ୍କ ସହ ଚିତ୍ତୋରଗଡ ଦୁର୍ଗରୁ ସର୍କିଟ ହାଉସକୁ ଫେରୁଥିଲେ। କାନ ସିଂ କାର ଚଳାଉଥିଲେ। ଯେତେବେଳେ ଏସଡିଏମ କାରକୁ ମୁଖ୍ୟ ବଜାରରେ ଅଟକାଇ କାନ ସିଂଙ୍କଠାରୁ ଲାଇସେନ୍ସ ମାଗିଥିଲେ, ସେତେବେଳେ କାନ ସିଂ ଲାଇସେନ୍ସ ଦେଇ ପାରି ନଥିଲେ। ଏହା ଉପରେ ରାଣା ବିନା ଲାଇସେନ୍ସରେ ଗାଡି ଚଳାଉଥିବାରୁ ଚାଲାଣ କାଟିଥିଲେ | ଏହାର ପରଦିନ ତାଙ୍କର ବଦଳି ହୋଇଥିଲା | ଏହି ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସରକାରଙ୍କ ଏହି କାର୍ଯ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି |

ଚିତ୍ତୋରଗଡରେ ଲକଡାଉନକୁ କଡାକଡି ପାଳନ କରୁଥିବା କରୋନା ଯୋଦ୍ଧା ମହିଳା ଅଧିକାରୀ ଆଇଏଏସ୍ ତେଜସ୍ୱୀ ରାଣାଙ୍କ ବଦଳି ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଘଟଣା କରୋନା ଭୂତାଣୁ ସହିତ ଲଢ଼ୁଥିବା ଅନ୍ୟ ଅଧିକାରୀ ଏବଂ କର୍ମଚାରୀଙ୍କ ମନୋବଳ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ଶେଖାବତ କହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe