ବଦଳି ପାଇଁ ୧୭ଜଣ ବିଚାରପତିଙ୍କ ନାମ ସୁପାରିସ କଲେ ସୁପ୍ରିମ୍‌ କୋର୍ଟ ‘କଲେଜିୟମ୍’, ଓଡ଼ିଶା ଆସିବେ ୩ଜଣ

Advertisment
ବଦଳି ପାଇଁ ୧୭ଜଣ ବିଚାରପତିଙ୍କ ନାମ ସୁପାରିସ କଲେ ସୁପ୍ରିମ୍‌ କୋର୍ଟ ‘କଲେଜିୟମ୍’, ଓଡ଼ିଶା ଆସିବେ ୩ଜଣ

Citizen Matters

ନୂଆଦିଲ୍ଲୀ: ଦେଶର ୧୨ଟି ହାଇକୋର୍ଟରେ ବିଚାରପତିଙ୍କ ବଦଳି ନିମନ୍ତେ ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ବାଧୀନ ତିନି ସଦସ୍ୟବିଶିଷ୍ଟ ‘ସୁପ୍ରିମ୍‌ କୋର୍ଟ କଲେଜିୟମ’ ୧୭ଜଣଙ୍କ ନାମ ସୁପାରିସ କରିଛନ୍ତି। ଏହା ସହ ୫ଜଣ ମୁଖ୍ୟ ବିଚାରପତିଙ୍କ ବଦଳି ନିମେନ୍ତ ନାମ ସୁପାରିସ କରାଯାଇଥିବା ଜଣାପଡ଼ିଛି। ୧୭ଜଣଙ୍କ ମଧ୍ୟରୁ ୩ଜଣ ବିଚାରପତି ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିବା ସହ ଜଣେ ବିଚାରପତି ଓଡ଼ିଶାରୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହୋଇ ଯିବେ। ପଞ୍ଜାବ ଏବଂ ହରିୟାଣାରୁ ଜଷ୍ଟିସ୍‌ ଜଶୱନ୍ତ ସିଂହ ଓଡ଼ିଶା ହାଇକୋର୍ଟକୁ ବଦଳି ହେବା ସହ ଜଷ୍ଟିସ୍‌ ସୌମେନ ସେନ ଏବଂ ଜଷ୍ଟିସ୍‌ ଅରିନ୍ଦମ ସିହ୍ନା କୋଲକାତାରୁ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିବେ । ଏହା ସହ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କୁ ଓଡ଼ିଶାରୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି କରିବା ପାଇଁ କଲେଜିୟମ ସୁପାରିସ କରିଛନ୍ତି।

Supreme Court timeline for judges' appointments a shift from Memorandum of Procedure | India News,The Indian Express The Indian Express

ସେହିଭଳି ୫ଜଣ ମୁଖ୍ୟବିଚାରପତିଙ୍କ ବଦଳି କରିବା ନେଇ ସୁପ୍ରିମ୍‌ କୋର୍ଟ ‘କଲିଜିୟମ୍’  ନାମ ସୁପାରିସ କରିଛନ୍ତି। ଆନ୍ଧ୍ରପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରୁପ କୁମାର ଗୋସ୍ବାମୀଙ୍କୁ ଛତିଶଗଡ଼ ହାଇକୋର୍ଟକୁ ବଦଳି କରିବାପାଇଁ କଲେଜିୟମ ସୁପାରିସ କରିଛନ୍ତି ଏବଂ ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ ହିମାଚଳପ୍ରଦେଶ ହାଇକୋର୍ଟକୁ ବଦଳି କରିବାପାଇଁ ସୁପାରିସ କରାଯାଇଛି। ସେହିପରି ରାଜସ୍ଥାନ ହାଇକୋର୍ଟର ମୁଖ୍ୟବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କୁ ତ୍ରିପୁରା ହାଇକୋର୍ଟ ଏବଂ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ବିଶ୍ବନାଥ ସୋମାଦ୍ଦେରଙ୍କୁ ସିକ୍କିମ ହାଇକୋର୍ଟକୁ ବଦଳି କରାଯାଇଛି। ଏହା ସହ ଜଷ୍ଟିସ୍ ଏ.ଏ କୁରେସୀଙ୍କୁ ତ୍ରିପୁରାରୁ ରାଜସ୍ଥାନ ହାଇକୋର୍ଟକୁ ବଦଳି କରିବାପାଇଁ କଲେଜିୟମ ସୁପାରିସ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe