ସାହିତ୍ୟ ଅକାଦମି ଆୟୋଜନ କଲା ଦେଶର ପ୍ରଥମ ‘କିନ୍ନର କବି ସମ୍ମିଳନୀ’

ସାହିତ୍ୟ ଅକାଦମି ଆୟୋଜନ କଲା ଦେଶର ପ୍ରଥମ ‘କିନ୍ନର କବି ସମ୍ମିଳନୀ’

ନୂଆଦିଲ୍ଲୀ: ସାହିତ୍ୟ ଅକାଦମି ପକ୍ଷରୁ ମଙ୍ଗଳବାର ଦେଶର ପ୍ରଥମ  ‘କିନ୍ନର କବି ସମ୍ମିଳନୀ’ କୋଲକାତାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ଅଧ୍ୟକ୍ଷତା କରିଥିଲେ ଭାରତର ପ୍ରଥମ କିନ୍ନର ପ୍ରିନ୍ସିପାଲ୍‌ ମାନବୀ ବନ୍ଦୋପାଧ୍ୟୟ। ଏହି ଉତ୍ସବଟି ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା। ଏହି ଉତ୍ସବଟି ସରକାରଙ୍କ ଦ୍ୱାରା ପ୍ରଯୋଜିତ ହୋଇଯାଇଛି।

କେତେକ କବିତା ପାଠ କରିବା ପରେ ସଭାମୁଖ୍ୟ ମାନବୀ ବନ୍ଦୋପାଧ୍ୟୟ କହିଥିଲେ, ‘ଏହି କବିତାଗୁଡ଼ିକ ଆମ କିନ୍ନର ସଂପ୍ରଦାୟକୁ ପ୍ରେରଣା ଯୋଗାଇବ। ଆମ ସମସ୍ତଙ୍କ ପାଖରେ ଦକ୍ଷତା ରହିଛି। ମାତ୍ର ତାହାକୁ ଦେଖାଇବା ପାଇଁ ଆମ ନିକଟରେ କେବେ କୌଣସି ସୁଯୋଗ ମିଳିନାହିଁ। ଏପରି ଏକ ସୁଯୋଗ ତିଆରି କରିଥିବାରୁ ସାହିତ୍ୟ ଅକାଦମିକୁ ମୁଁ ଆମ କିନ୍ନର ସଂପ୍ରଦାୟ ପକ୍ଷରୁ ଧନ୍ୟବାଦ୍‌ ଜଣାଉଛି।’

publive-image

ଏହି ଉତ୍ସବରେ ଯୋଗଦାନ କରିଥିବା କେତେକ କିନ୍ନର କବିଙ୍କ ମଧ୍ୟରେ ଥିଲେ ରାଣୀ ମଜୁମ୍‌ଦାର, ଅରୁଣା ନାଥ, ଅଞ୍ଜଳୀ ମଣ୍ଡଳ, ଦେବଦତ୍ତ ବିଶ୍ୱାସ, ଦେବଜ୍ୟୋତି ଭଟାଚାର୍ଯ୍ୟ ପ୍ରମୁଖ। ନିଜ କବିତା ଗାନ କରିବା ପାଇଁ ପ୍ରତ୍ୟେକ କବିଙ୍କୁ ୧୫ ମିନିଟ୍‌ ସମୟ ଦିଆଯାଇଥିଲା। କିନ୍ନରମାନଙ୍କର କବିତା ମଧ୍ୟରୁ ସେଠାରେ ଥିବା ଖବର ଉପସ୍ଥାପିକା ତଥା ସମାଜସେବୀ ଅନୁରାଗ ମୈତୀ ‘ଅନ୍ତୋଜା, ‘ଅନୁରଣନ’, ‘ଅନେସାନ’, ‘ପ୍ରତୀକ’ ଆଦି କବିତାକୁ ପାଠ କରିଥିଲେ। ସେହିପରି ତିଷ୍ଟା ଦାସ ନାମକ ଜଣେ କବି ‘ଅପୋସ’, ‘ତର୍ପଣ’ ଏବଂ ‘ଭାଷଣ’ ଆଦି କବିତା ପାଠ କରିଥିଲେ।

ଅନ୍ୟ ସମସ୍ତ ଶାଖାକୁ ପଛରେ ପକାଇ ସାହିତ୍ୟ ଅକାଦମୀର କୋଲକାତା ଶାଖା ଏପରି ଏକ ସ୍ୱତନ୍ତ ଉତ୍ସବ ଆୟୋଜନ କରି ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏପରି ଏକ ଆୟୋଜନ ପାଇଁ ବିଭିନ୍ନ ସ୍ଥାନରୁ ଫୋନ୍‌ ଯୋଗେ ଅଭିନନ୍ଦନ ମିଳିଛି ବୋଲି ସାହିତ୍ୟ ଅକାଦେମୀର ପୂର୍ବାଞ୍ଚଳ ଅଫିସର୍‌-ଇନ୍‌-ଚାର୍ଜ ମିହିର ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe