କିନ୍ନରମାନେ ଯୌନ ଶୋଷଣ ଓ ଦୁଷ୍କର୍ମର ମାମଲା ରୁଜ୍ଜୁ କରାଇପାରିବେ  

Advertisment
କିନ୍ନରମାନେ ଯୌନ ଶୋଷଣ ଓ ଦୁଷ୍କର୍ମର ମାମଲା ରୁଜ୍ଜୁ କରାଇପାରିବେ  

ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ କିନ୍ନରମାନେ ମଧ୍ୟ ଯୌନ ଶୋଷଣ ଓ ଦୁଷ୍କର୍ମର ମାମଲା ରୁଜ୍ଜୁ କରାଇପାରିବେ। ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ଅପରାଧିକ ଆଇନ ଅନୁଯାୟୀ କିନ୍ନରମାନେ ଯୌନ ଉତ୍ପୀଡନର ଅଭିଯୋଗ ଆଣିପାରିବେ।

ଜଷ୍ଟିସ୍‌ ସିଦ୍ଧାର୍ଥ ମୃଦୁଲ ଓ ସଙ୍ଗୀତା ଧିଙ୍ଗରା ସହଗଲଙ୍କ ଖଣ୍ଡପୀଠଙ୍କ ସମ୍ମୁଖରେ ଦିଲ୍ଲୀ ପୁଲିସ କମିଶନ୍‌ର ନିଜର ପକ୍ଷ ରଖିଥିଲେ। ସେ ଦର୍ଶାଇଥିଲେ ଯେ ଆଇପିସିର ଧାରା ୩୫୪(କ) ଅନୁଯାୟୀ କିନ୍ନରମାନେ ଯୌନ ଉତ୍ପୀଡନର ମାମଲା ରୁଜ୍ଜୁ କରାଯାଇପାରିବେ। ଅଭିଯୁକ୍ତଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ନ୍ୟାୟାଳୟ ପୁଲିସଠାରୁ କିନ୍ନରମାନେ ଦୁଷ୍କର୍ମ ବା ଯୌନ ଶୋଷଣ ଅଭିଯୋଗ ଆଣିପାରିବେ କି ନା ବୋଲି ଜାଣିବାକୁ ଚାହିଁଥିଲେ।

publive-image

ଜଣେ କିନ୍ନର ନ୍ୟାୟାଳୟ ରେ ମାମଲା ଦାୟର କରି ଅଭିଯୋଗ ଆଣିଥିଲେ କି ତାଙ୍କର ଯୌନ ଉତ୍ପୀଡନର ଏତଲା ଗ୍ରହଣ କରୁ ନାହିଁ। ଏହି ମାମଲାର ବିଚାର କରିନ୍ୟାୟାଳୟ ଏଭଳି ନିର୍ଦ୍ଦେଶନାମା ଜାରି କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe