ଲୋକସଭା ନିର୍ବାଚନ: ଗୁଜୁରାଟରେ ପ୍ରଥମ ଥର ମତଦାନ କରିବେ ୭୦୦ରୁ ଅଧିକ କିନ୍ନର

Advertisment
ଲୋକସଭା ନିର୍ବାଚନ: ଗୁଜୁରାଟରେ ପ୍ରଥମ ଥର ମତଦାନ କରିବେ ୭୦୦ରୁ ଅଧିକ କିନ୍ନର

eSakal

ଅହମଦାବାଦ: ଗୁଜୁରାଟର ଅହମଦାବାଦ ନିବାସୀ ସୀରତ ଶର୍ମିଲା ଆଗାମୀ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ମତଦାନ ସାବ୍ୟସ୍ତ କରିବେ। ସେ ରାଜ୍ୟର ୭୬୯ କିନ୍ନର ଭୋଟର ତାଲିକାରେ ସାମିଲ ହୋଇଛନ୍ତି। ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ରର ନିର୍ବାଚନରେ ଅଂଶଗ୍ରହଣ କରୁଥିବା ନେଇ ସୀରତ ଖୁସି ଅନୁଭବ କରୁଛନ୍ତି। ଗୁଜୁରାଟରେ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ମୋଟ ୧୦୫୪ ଜଣ କିନ୍ନର ମତଦାନ କରିବେ।

ସୂଚନାଯୋଗ୍ୟ ରାଜ୍ୟରେ ମୋଟ ୪.୪୭ କୋଟି ମତଦାତା ଅଛନ୍ତି। ଏଥିରେ ୨.୩୩ କୋଟି ପୁରୁଷ, ୨.୧୪ କୋଟି ମହିଳା ଓ ୧୦୫୪ ଜଣ କିନ୍ନର ସାମିଲ ଅଛନ୍ତି। ନିର୍ବାଚନରେ ୭୬୯ ଜଣ କିନ୍ନର ପ୍ରଥମ ଥର ପାଇଁ ମତଦାନ କରିବେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

ରାଜ୍ୟର ଅହମଦାବାଦରେ କିନ୍ନର ମତଦାତାଙ୍କ ସଂଖ୍ୟା ଅଧିକ। ଏଠାରେ ମୋଟ ୧୩୯ ଜଣ କିନ୍ନର ପଂଜିକୃତ ହୋଇଛନ୍ତି। ଅହମଦାବାଦ ପରେ ଆନନ୍ଦର ସ୍ଥାନ ଦ୍ୱିତୀୟ (୧୨୨), ଭଦୋଦରା (୧୧୯) ଏବଂ ସୁରାଟରେ ୧୧୧ ଜଣ କିନ୍ନର ମତଦାତା ଅଛନ୍ତି।

ବର୍ଷ ୨୦୧୧ ଜନଗଣନା ଅନୁସାରେ ଗୁଜୁରାଟରେ କିନ୍ନର ସଂପ୍ରଦାୟର ଲୋକସଂଖ୍ୟା ଥିଲା ୧୧,୫୪୪ କିନ୍ତୁ ଏଥିରୁ ୧୦୫୪ ଜଣ ହେଉଛନ୍ତି ମତଦାତା। ସୂଚନାଯୋଗ୍ୟ ଭାରତୀୟ ନିର୍ବାଚନ ଆୟୋଗ ୨୦୧୨ରେ କିନ୍ନରମାନଙ୍କୁ ମତଦାନ କରିବାର ଅଧିକାର ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe