କୃଷି ଆଇନକୁ ବିରୋଧ, ଟ୍ରାକ୍ଟର ରୢାଲିରେ ଯୋଗ ଦେବାପାଇଁ ତାଲିମ ନେଉଛନ୍ତି ମହିଳା

Advertisment

ହରିୟାଣାରେ ମହିଳାଙ୍କ ଟ୍ରାକ୍ଟର ରାଲି

ହରିୟାଣାରେ ମହିଳାଙ୍କ ଟ୍ରାକ୍ଟର ରାଲି

କୃଷି ଆଇନକୁ ବିରୋଧ, ଟ୍ରାକ୍ଟର ରୢାଲିରେ ଯୋଗ ଦେବାପାଇଁ ତାଲିମ ନେଉଛନ୍ତି ମହିଳା

www.zoomnews.in

ନୂଆଦିଲ୍ଲୀ: ଚାଷୀ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ କଥାବାର୍ତ୍ତାରୁ କୌଣସି ନିଷ୍କର୍ସ ନବାହାରିବାରୁ ଆନ୍ଦୋଳନରତ ଚାଷୀମାନେ ଆଗକୁ ସେମାନଙ୍କ ଆନ୍ଦୋଳନକୁ ଆହୁରି ତୀବ୍ର କରିବାପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି। ଦାବି ପୁରଣ ନହେଲେ ଚାଷୀମାନେ ସାଧାରଣତନ୍ତ୍ର ଦିବସ ଦିନ ଦିଲ୍ଲୀ ଅଭିମୁଖେ ଟ୍ରାକ୍ଟର ପରେଡ୍‌ କରିବେ ବୋଲି ଧମକ ଦେଇଥିଲେ। କିନ୍ତୁ ଏବେ ହରିୟାଣାର ଜିନ୍ଦରୁ ମହିଳାମାନେ ଟ୍ରାକ୍ଟର ଚଳାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ଅଂଶରେ ମହିଳାମାନେ ଏବେ ଟ୍ରାକ୍ଟର ଚଳାଇବା ତାଲିମ ନେଉଛନ୍ତି। ଜିନ୍ଦ ଜିଲ୍ଲା ପାଇଁ ଖଟକର୍‌ ଟୋଲ୍‌ ପ୍ଲାଜା ନିକଟରେ ଏକ ତାଲିମ କାର୍ଯ୍ୟକ୍ରମ ଚାଲିଥିଲା। ତେବେ ଜିନ୍ଦର ପ୍ରାୟ ୧୦୦ରୁ ଅଧିକ ମହିଳା ଏହି ତାଲିମ ପର୍ଯ୍ୟାୟରେ ଯୋଗ ଦେଇଛନ୍ତି ବୋଲି ସାଫା ଖେରି ଗ୍ରାମର ସିକ୍କିମ ନୈନ କହିଛନ୍ତି। ରାଜ୍ୟବ୍ୟାପୀ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହି ସମାନ ପ୍ରସ୍ତୁତି ଜାରି ରହିଛି। ସିକ୍କିମ ନୈନ କହିଛନ୍ତି, ସରକାରଙ୍କ ପାଇଁ ଏହା ଏକ ଟ୍ରେଲର୍‌। ଟ୍ରାକ୍ଟର ପରେଡ୍‌ରେ ଯୋଗଦେବାପାଇଁ ଆମେ ଲାଲ୍‌କୀଲାକୁ ଟ୍ରାକ୍ଟର ଚଳାଇ ଯିବୁ। ଏବେ ଯୁଦ୍ଧକ୍ଷେତ୍ରରେ ମହିଳା ଶକ୍ତି ଯୋଗ ଦେଇଛନ୍ତି। ସ୍ବାଧୀନତାର ଏହା ଦ୍ବିତୀୟ ଯୁଦ୍ଧ ବୋଲି ନୈନ କହିଛନ୍ତି।

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଆଜି ୪୧ ଦିନରେ ପହଞ୍ଚିଛି। ଆଜି ହରିୟାଣାରେ ମହିଳାମାନେ କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ରାଲିର ଆୟୋଜନ କରିଛନ୍ତି। ଭାରତୀୟ କିଷାନ୍‌ ସଂଘର ମହିଳା ଶାଖା ପକ୍ଷରୁ ଏହି ‌ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଆସନ୍ତାକାଲି ହରିୟାଣାର କୁଣ୍ଡଳୀ-ମାନେସାର-ପାଲୱାଲ ଏକ୍ସପ୍ରେସୱେରେ ହେବାକୁ ଥିବା ଟ୍ରାକ୍ଟର ରାଲିରେ ବହୁ ସଂଖ୍ୟାରେ ମହିଳାମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷେ, ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ହେବାକୁ ଥିବା ‘କିଷାନ୍‌ ପ୍ୟାରେଡ୍‌’ରେ ବହୁ ସଂଖ୍ୟାରେ ମହିଳାମାନେ ଅଂଶଗ୍ରହଣ କରିବାକୁ ବିଭିନ୍ନ ସ୍ଥାନରୁ ଟ୍ରାକ୍ଟର ଚଳାଇ ଆସୁଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe