କୋଭିଡ୍‌ ମହାସଙ୍କଟ ସମୟରେ ଦୁର୍ନୀତି ଦ୍ବିତୀୟ ମହାମାରୀ: ଟିଆଇଆଇ

Advertisment
ଭୟଭୀତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ କିଣନି : ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ମହାମାରୀ କୋଭିଡ୍‌-୧୯ ସଂକ୍ରମଣର ଦ୍ବିତୀୟ ଲହର ଦିନକୁ ଦିନ ବିଭୀଷିକା ରଚାଇବା ସହ ଦୈନିକ ସଂକ୍ରମଣ ପୁଣି ଥରେ ୪ ଲକ୍ଷ ଟପିଯାଇଛି। ଏଭଳି ସ୍ଥିତିରେ ଦେଶର ବିଭିନ୍ନ ସ୍ଥାନରେ ଅମ୍ଳଜାନ, ବିଭିନ୍ନ ଭୂତାଣୁ ବିରୋଧୀ ଔଷଧ ଓ ଭେଷଜ ସାମଗ୍ରୀର ଘୋର ଅଭାବ ଏକ ଜରୁରୀକାଳୀନ ପରିସ୍ଥିତିର କୋକୁଆଭୟ ଆଣିଦେଇଛି। ତେବେ ଏହି ମଉକାରେ ସଂପୃକ୍ତ ସାମଗ୍ରୀଗୁଡ଼ିକର କଳାବଜାର ହିଁ ଦ୍ବିତୀୟ ମହାମାରୀ ଭାବେ ଉଭା ହୋଇଛି ବୋଲି ଦୁର୍ନୀତି ଉପରେ ନିଘା ରଖୁଥିବା ଟ୍ରାନ୍ସପାରେନ୍ସି ଇଣ୍ଟର୍‌ନାସନାଲ୍‌ ଇଣ୍ଡିଆ(ଟିଆଇଆଇ) ସତର୍କ କରାଇଦେଇଛି। ତେଣୁ ବିଭିନ୍ନ ରାଜ୍ୟ ସରକାର ଏଭଳି ଅତ୍ୟାବଶ୍ୟକ ଭେଷଜ ସାମଗ୍ରୀ ଓ ସ୍ବାସ୍ଥ୍ୟସେବାର କଳାବଜାର ପ୍ରତି ସଜାଗ ରହିବା ଲାଗି ଟିଆଇଆଇ ପରାମର୍ଶ କରିଛି।

ସୂଚନାନୁଯାୟୀ, ଦେଶରେ ଦୈନିକ ସଂକ୍ରମଣ ସାଙ୍ଗକୁ କୋଭିଡ୍‌ ମୃତକଙ୍କ ସଂଖ୍ୟା ବଢ଼ିଚାଲିବା ସହ ସକ୍ରିୟ ମାମଲା ମଧ୍ୟ ପ୍ରତିଦିନର ରେକର୍ଡ ଭାଙ୍ଗିଚାଲିଛି। ଫଳରେ ଦେଶରେ ଉପଲବ୍‌ଧ ଦୁର୍ବଳ ସ୍ବାସ୍ଥ୍ୟସେବା ଭୀଷଣ ଭାବେ ଚାପଗ୍ରସ୍ତ ହୋଇପଡ଼ିବା ସହ ବିଭିନ୍ନ ସ୍ଥାନରେ ଅମ୍ଳଜାନ ସିଲିଣ୍ଡର, ଔଷଧ, ଆମ୍ବୁଲାନ୍ସ, ରୋଗୀଶଯ୍ୟା ଓ ଭେଣ୍ଟିଲେଟର ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ପରିଲକ୍ଷିତ ହେଉଛି। ତେବେ ଏହି ମଉକାରେ କିଛି ଅସାଧୁ ଡାକ୍ତରଖାନା କର୍ତ୍ତୃପକ୍ଷ ଦଲାଲ୍‌ଙ୍କ ମାଧ୍ୟମରେ ଗୁରୁତର ରୋଗୀଙ୍କୁ ଅସ୍ବାଭାବିକ ବର୍ଦ୍ଧିତ ମୂଲ୍ୟରେ ସଂପୃକ୍ତ ସାମଗ୍ରୀ ସବୁ ଯୋଗାଇ ଦେଉଥିବା ଜାଣିବାକୁ ମିଳିଛି। ଏବେ ଦେଶରେ କୋଭିଡ୍‌-୧୯ର ଯେ କୌଣସି ସ୍ତରର ଚିକିତ୍ସା ମଧ୍ୟ ଦୁର୍ନୀତିଶୀଳ ହୋଇପଡ଼ିଥିବା ଟିଆଇଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମନାଥ ଝା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe