୬ ଦେଶର ଯାତ୍ରୀଙ୍କୁ ବେଙ୍ଗାଲୁରୁରେ ବାଧ୍ୟତାମୂଳକ ଗୃହ ସଙ୍ଗରୋଧ

୬ ଦେଶର ଯାତ୍ରୀଙ୍କୁ ବେଙ୍ଗାଲୁରୁରେ ବାଧ୍ୟତାମୂଳକ ଗୃହ ସଙ୍ଗରୋଧ

Hindustan Times

ବେଙ୍ଗାଲୁରୁ: ୬ ରାଷ୍ଟ୍ର ଚୀନ୍‌, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଥାଇଲାଣ୍ଡରୁ ଯେଉଁ ଯାତ୍ରୀମାନେ ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚୁଛନ୍ତି ସେମାନେ ୭ ଦିନ ଗୃହ ସଙ୍ଗରୋଧରେ ରହିବେ। ଅଧିକ ସଂକ୍ରମଣ ଥିବା ଏହି ରାଷ୍ଟ୍ରର ଯାତ୍ରୀମାନଙ୍କ ପାଇଁ ସରକାର ପୂର୍ବରୁ ଆର୍‌ଟିପିସିଆର ବାଧ୍ୟତାମୂଳକ କରିଥିବାବେଳେ କର୍ଣ୍ଣାଟକ ସରକାର ଆଜି ଗୃହ ସଙ୍ଗରୋଧ ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟର ସଂଶୋଧିତ ନିର୍ଦ୍ଦେଶାବଳି ଅନୁଯାୟୀ ଉକ୍ତ ରାଷ୍ଟ୍ର ଗୁଡ଼ିକରୁ ଆସୁଥିବା ଯାତ୍ରୀମାନେ ବିମାନବନ୍ଦର ପରିସର ଛାଡ଼ିବା ପୂର୍ବରୁ ସେମାନଙ୍କ କୋଭିଡ ନେଗେଟିଭ ‌ରିପୋର୍ଟ ଯାଞ୍ଚ କର‌ାଯିବ। ଉକ୍ତ ରାଷ୍ଟ୍ରମାନଙ୍କରୁ ଯଦି କୌଣସି ଅନ୍ତର୍ଜାତୀୟ ଯାତ୍ରୀଙ୍କର ଲକ୍ଷଣ‌ ଥାଏ ତେବେ ସେମାନଙ୍କୁ ତୁରନ୍ତ ଏକାନ୍ତବାସରେ ରଖାଯିବ ଏବଂ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯିବ। ଅନ୍ୟପକ୍ଷେ ଲକ୍ଷଣ ନଥିବା ଯାତ୍ରୀମାନେ ୭ ଦିନ ଗୃହ ସଙ୍ଗରୋଧରେ ରହିବେ ଏବଂ ଅନ୍ୟାନ୍ୟ କରୋନା ନିୟମାବଳି ମାନିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe