ପାକିସ୍ତାନ ସମର୍ଥନରେ ସ୍ଲୋଗାନ: ନଏଡାରେ ୩ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା

Advertisment
ପାକିସ୍ତାନ ସମର୍ଥନରେ ସ୍ଲୋଗାନ: ନଏଡାରେ ୩ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା

Bharat Times English News

ନଏଡ଼ା  : ଇଦ୍‌ ମିଲାଦ ‌ଶୋଭାଯାତ୍ରାରେ ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଦେଇ ଗିରଫ ହୋଇଥିବା ୩ ଜଣ ବ୍ୟକ୍ତିଙ୍କ ବି‌ରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଗତ ୨୦ ତାରିଖ ଦିନ ଆୟୋଜିତ ଏକ ଶୋଭାଯାତ୍ରାରେ ସେମାନେ ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଦେଉଥିବାର ଭିଡିଓ ଭାଇରାଲ ହେବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା ବୋଲି ଜନୈକ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଦେଶଦ୍ରୋହ ମାମଲା ରୁଜୁ ହୋଇଥିବା ଅଭିଯୁକ୍ତମାନେ ହେଲେ ମହମ୍ମଦ ଜାଫର, ସମୀର ଅଲ୍ଲି ଏବଂ ଅଲ୍ଲି ରାଜା। ଶୋଭାଯାତ୍ରା ସମୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗଣତାନ୍ତ୍ରିକ ସଂଗଠନର ସଦସ୍ୟମାନେ ଗୁରୁବାର ସେକ୍ଟର-୨୦ ଥାନାରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଦାବି କରିଥିଲେ। ପ୍ରାଥମିକ ଭାବେ ସେମାନଙ୍କୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃ‌ଷ୍ଟି କରିବାକୁ ଉସୁକେଇବା ଏବଂ ତିକ୍ତ ସମ୍ପର୍କ ସୃଷ୍ଟି କରିବା ଅଭିଯୋଗରେ ଗିରଫ କରାଯାଇଛି। ସେମାନେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ‌ଯୋଗୀ ଆଦିତ୍ୟନାଥ ଗୁରୁବାର କହିଥିଲେ ଯେ, ଯେଉଁମାନେ ପାକିସ୍ତାନର ବିଜୟ ପାଇଁ ଉତ୍ସବ ମନାଇଛନ୍ତି ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବ। ଏହାପରେ ଆଗ୍ରାର ଏକ କଲେଜରୁ ବୁଧବାର ଗିରଫ ହୋଇଥିବା ୩ ଜଣ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ସେମାନେ ମଧ୍ୟ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe