ଅଳିଆ ଭିତରୁ ପାଇଲେ ୧ କୋଟିର ଡିଜାଇନର୍ ଆଇଟମ୍; ବଦଳିଗଲା ଭାଗ୍ୟ

Advertisment
ଅଳିଆ ଭିତରୁ ପାଇଲେ ୧ କୋଟିର ଡିଜାଇନର୍ ଆଇଟମ୍; ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ: ମଣିଷର ଭାଗ୍ୟ କେତେବେଳେ ଯେ ବଦଳିଯିବ କାହାକୁ ଜଣାନଥାଏ। ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ହଠାତ୍ ବଦଳିଗଲା ଯେତେବେଳେ ସେ ଅଳିଆ ଭିତରୁ ୧ କୋଟି ଟଙ୍କା ମୂଲ୍ୟର ଡିଜାଇନର୍ ଆଇଟମ୍ ପାଇଲେ। ଯେତେବେଳେ ସେ ଏହାର ମୂଲ୍ୟ ଜାଣିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଳିଆ ଉଠାଇବା କାମ କରୁଥିବା ଏହି ବ୍ୟକ୍ତି କହିଛନ୍ତି ଯେ ଆଗରୁ ମଧ୍ୟ ତାଙ୍କୁ ଡଷ୍ଟବିନ ଭିତରୁ ମହଙ୍ଗା ଜିନିଷ ମିଳିଛି।

ବ୍ରିଟେନର କେଣ୍ଟରେ ରହୁଥିବା ୪୭ ବର୍ଷିୟ ମାର୍ଟିନ ପିଲାଦିନରୁ ଡଷ୍ଟବିନରୁ ଜିନିଷ କାଢୁଥିଲେ। କିନ୍ତୁ, ପରେ ସେ ଏହି କାର୍ଯ୍ୟକୁ ଏକ ବୃତ୍ତି ଭାବରେ ଆପଣେଇ ନେଇଥିଲେ। ନିକଟରେ, ମାର୍ଟିନ ଯେତେବେଳେ ଡଷ୍ଟବିନ ଭିତରୁ ନାଇକି କମ୍ପାନିର ଜୋତା ଓ ଆଇଫୋନ୍ ସହିତ ଅନେକ ବ୍ରାଣ୍ଡେଡ୍ ଆଇଟମ୍ ପାଇଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ବ୍ୟତୀତ, ସେ ଅଳିଆ ଗଦା ଭିତରୁ ବିଉଟି ପ୍ରୋଡକ୍ଟ ମଧ୍ୟ ପାଇଥିଲେ। ଏହି ସମସ୍ତ ସାମଗ୍ରୀର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ଥିଲା। ତାଙ୍କୁ କିଛି ମାସ ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନେଲପଲିସ୍ ମଧ୍ୟ ମିଳିଥିଲା। ମାର୍ଟିନ କହିଛନ୍ତି ଯେ, ସେ ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ। ସେମାନେ ଡଷ୍ଟବିନରୁ ଯାହା ପାଇଥାନ୍ତି ତାହାକୁ ବିକ୍ରି କରିଥାନ୍ତି। ଜିନିଷ ବଦଳରେ ପ୍ରାପ୍ତ ଟଙ୍କା ସହିତ ସେ ନିଜ ପରିବାରକୁ ଚଳାଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe