୨୪ଟି ସର୍ଜରି ପରେ ମଧ୍ୟ ବାଂଲାଦେଶୀ ‘ଟ୍ରି-ମ୍ୟାନ୍‌’ଙ୍କ ହାତରେ ପୁଣି ଉଠିଲା ଗଛ

Advertisment
୨୪ଟି ସର୍ଜରି ପରେ ମଧ୍ୟ ବାଂଲାଦେଶୀ ‘ଟ୍ରି-ମ୍ୟାନ୍‌’ଙ୍କ ହାତରେ ପୁଣି ଉଠିଲା ଗଛ

NDTV

ବାଂଲାଦେଶ : ‘ଟ୍ରି ମ୍ୟାନ୍‌’ ନାମରେ ପରିଚିତ ବାଂଲାଦେଶର ଅବଦୁଲ ବାଜନଦାରଙ୍କର ହାତରେ ଏବଂ ପାଦରେ ବଢ଼ିଥିବା ଗଛକୁ ଦୁଇ ବର୍ଷ ପୂର୍ବେ ଅସ୍ତ୍ରୋପଚାର କରି କାଟି ଦିଆଯାଇଥିଲା। ସେତେବେଳେ ୨୪ଟି ସର୍ଜରି ପରେ ଲାଗିଥିଲା କି ଅବଦୁଲ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଇଛନ୍ତି । କିନ୍ତୁ ବର୍ତ୍ତମାନ ପୁଣି ଥରେ ତାଙ୍କ ହାତ ଏବଂ ପାଦରେ ଗଛ ଉଠିବା ଆରମ୍ଭ ହୋଇଛି।

ଅବଦୁଲ ପ୍ରାୟ ୧୦ ବର୍ଷ ହେବ ଏପରି ବିଚିତ୍ର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ୨୦୧୬ ମସିହାରେ ପ୍ରଥମ ଥର ପାଇଁ ସେ ଢ଼ାକାର ଏକ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ପହଞ୍ଚିଥିଲେ । ସେଠାରେ ଡ଼ାକ୍ତର ସାମନ୍ତା ଲାଲ ସେନ ମାଗଣାରେ ତାଙ୍କର ୨୪ଟି ସର୍ଜରି କରି ଗଛଗୁଡ଼ିକୁ ଶରୀରରୁ ଅଲଗା କରିଥିଲେ। ଏହା ମାଧ୍ୟମରେ ସେ ବିଶ୍ୱରେକର୍ଡ ସୃଷ୍ଟି କରିଥିଲେ ।ଅସ୍ତ୍ରୋପଚାର ପରେ ତାଙ୍କର ରୋଗ ଠିକ ହୋଇ ଯାଇଛି ବୋଲି କହିଥିଲେ ଡ଼ାକ୍ତର କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇ ନ ଥିଲା ।

publive-image NDTV

“ମୁଁ ଭାବିଥିଲି ଅବଦୁଲଙ୍କର ରୋଗ ସର୍ଜରି ପରେ ସମ୍ପୂର୍ଣ୍ଣ ଭାବେ ଠିକ ହୋଇଯାଇଛି। ଏଣୁ ମୁଁ ତାଙ୍କୁ ଘରକୁ ପଠାଇ ଦେବା ପାଇଁ କହିଥିଲି ଏବଂ ନିଶ୍ଚିତରେ ରହିବା ପାଇଁ ପରାମର୍ଶ ଦେଇଥିଲି । କିନ୍ତୁ ଅବଦୁଲଙ୍କର ରୋଗର ଚିକିତ୍ସାକୁ ମୁଁ ଯେତେ ସହଜ ଭାବୁଥିଲି, ଏହା ସେତିକି କଷ୍ଟକର । ତେବେ ଆମେ ସଫଳତା ପାଇବା ପର୍ଯ୍ୟନ୍ତ ଚେଷ୍ଟାା କରିବୁ” ବୋଲି କହିଛନ୍ତି ଡ଼ାକ୍ତର ସାମନ୍ତ ଲାଲ ସେନ ।

publive-image YouTube

୨୭ ବର୍ଷିୟ ଅବଦୁଲ ରିକ୍ସା ଚଲାଇ ତାଙ୍କ ଜୀବିକା ନିର୍ବାହ କରିଥାନ୍ତି । ଏହି ରୋଗ ଯୋଗୁଁ ସେ କିଛି ବର୍ଷ ହେବ କିଛି କାମ କରିପାରୁ ନାହାନ୍ତି । ଏଣୁ ସେ ଡ଼ାକ୍ତରଖାନାରେ ହିଁ ରହିଆସୁଛନ୍ତି । ବର୍ତ୍ତମାନ କିନ୍ତୁ ଅବଦୁଲ ଆଉ କୌଣସି ଅସ୍ତ୍ରୋପଚାର ପାଇଁ ଡ଼ରୁଛନ୍ତି । ସେ କେବେ ମଧ୍ୟ ଠିକ ହୋଇ ପାରିବେ ନାହିଁ ବୋଲି ତାଙ୍କୁ ଲାଗୁଛି। ଡ଼ାକ୍ତରୀ ଭାଷାରେ କହିବାକୁ ଗଲେ ଅବଦୁଲ ‘ଏପିଡ଼ରମୋଡ଼ାଇପ୍ଲାସିଆ ବିରୁସିଫୋରମିସ’ ନାମକ ରୋଗରେ ଆକ୍ରାନ୍ତ ଅଛନ୍ତି । ଦୁନିଆରେ ୬ରୁ କମ ଲୋକ ଏହି ଅଦ୍ଭୁତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ପୂର୍ବରୁ ହୋଇଥିବା ସର୍ଜରିରେ ଅବଦୁଲଙ୍କ ହାତ ଏବଂ ପାଦରୁ ୫ କିଲୋରୁ ଅଧିକ ଗଛ କାଟି ବାହାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe