ଲକ୍‌ଡାଉନ୍ ଯୋଗୁଁ ଖୁବ୍ ଫାଇଦା ମିଳିଛି, ମେ ୩ ପରେ କଟକଣା ବ୍ୟାପକ କୋହଳ କରାଯିବ: କେନ୍ଦ୍ର ସରକାରଙ୍କ ସୂଚନା

Advertisment
ଲକ୍‌ଡାଉନ୍ ଯୋଗୁଁ ଖୁବ୍ ଫାଇଦା ମିଳିଛି, ମେ ୩ ପରେ କଟକଣା ବ୍ୟାପକ କୋହଳ କରାଯିବ: କେନ୍ଦ୍ର ସରକାରଙ୍କ ସୂଚନା

Image Source: Hindustan Times

ନୂଆଦିଲ୍ଲୀ: ମେ ୩ ତାରିଖରେ କୋଭିଡ୍-୧୯ ଲକ୍‌ଡାଉନ୍ ଶେଷ ହେବା ପରେ ଅନେକ ଅଞ୍ଚଳରେ କଟକଣା ବ୍ୟାପକ କୋହଳ କରାଯିବ ବୋଲି କେନ୍ଦ୍ର ସରକାର ଗୁରୁବାର ରାତିରେ ସୂଚନା ଦେଇଛନ୍ତି।

କେତେଗୁଡ଼ିଏ ଟୁଇଟ୍‌ରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଦେଶର ଲକ୍‌ଡାଉନ୍‌ ପରିସ୍ଥିତି ବିଷୟରେ ସାମଗ୍ରିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଲକ୍‌ଡାଉନ୍‌ ଜାରି ହୋଇଥିବାରୁ ଏ ପର୍ଯ୍ୟନ୍ତ କୋଭିଡ୍-୧୯ ପରିସ୍ଥିତିର ବ୍ୟାପକ ଉନ୍ନତି ଘଟିଛି।

କୋଭିଡ୍-୧୯ ସଂଗ୍ରାମ ପାଇଁ ମେ ୪ ତାରିଖ ଦିନ ନୂଆ ମାର୍ଗଦର୍ଶିକା କାର୍ଯ୍ୟକାରୀ ହେବ। ଏଥିରେ ଅନେକ ଜିଲ୍ଲାକୁ କଟକଣାରୁ ବ୍ୟାପକ କୋହଳ ମିଳିବ। ଆଗାମୀ ଦିନରେ ଏ ନୂଆ ମାର୍ଗଦର୍ଶିକା ସଂକ୍ରାନ୍ତରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଗୃହମନ୍ତ୍ରାଳୟର ମୁଖପାତ୍ର ଟୁଇଟ୍ କରିଛନ୍ତି।

କିନ୍ତୁ, ମିଳିଥିବା ଫାଇଦା ନଷ୍ଟ ନ କ ରାଇବାକୁ ମେ ୩ ତାରିଖ ଯାଏଁ ଲକ୍‌ଡାଉନ୍ କଠୋର କରାଯିବା ଆବଶ୍ୟକ ବୋଲି ସେ ଅନ୍ୟ ଏକ ଟୁଇଟ୍‌ରେ କହିଛନ୍ତି।

ଏଠାରେ ସ୍ମରଣଯୋଗ୍ୟ କି, ପ୍ରଧାନମନ୍ତ୍ରୀ ମୋଦୀ ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା କରିବା କ୍ଷଣି ମାର୍ଚ ୨୪ ତାରିଖ ଦିନ ପ୍ରଥମ ମାର୍ଗଦର୍ଶିକା ଜାରି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe