ଦିଲ୍ଲୀ-ଏନ୍‌ସିଆର୍‌ରେ ମୃଦୁ ଭୂକମ୍ପ ଅନୁଭୂତ

ଦିଲ୍ଲୀ-ଏନ୍‌ସିଆର୍‌ରେ ମୃଦୁ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ-ଏନ୍‌ସିଆର୍‌ରେ ରବିବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଝଟକା ଲାଗିବା ପରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଘର, ଅଫସି ଓ ଦୋକାନ ଭିତରୁ ଲୋକମାନେ ଦୌଡ଼ା ଦୌଡ଼ି ହୋଇ ବାହାରକୁ ବାହାରି ଆସିଥିଲେ। ଦ୍ୱିପହର ସମୟ ଓ ରବିବାର ଥିବାରୁ ଲୋକମାନେ ଘରେ ଶୋଇଥିଲେ। ତେଣୁ ଭୂକମ୍ପର ଝଟକାକୁ ସ୍ପଷ୍ଟ ଭାବେ ଅନୁଭବ କରି ପାରିଥିଲେ। ଏହି ଝଟକା ଏତେ ସ୍ୱଳ୍ପ ଥିଲା ଯେ କେହି କିଛି ବୁଝବା ପୂର୍ବରୁ ବନ୍ଦ ହୋଇଯାଇଥିଲା।

ଏହି ଭୂକମ୍ପର କେନ୍ଦ୍ର ହରିୟାଣା ଓ ସୋନିପତ ବୋଲି କୁହାଯାଉଛି। ଏହି ଭୂକମ୍ପର ତ୍ରିବ୍ରତା ରେକ୍ଟର ସ୍କେଲରେ ୪.୦ ରହିଛି। ଭୂକମ୍ପର ଝଟକା ଉତ୍ତରପ୍ରଦେଶର କିଛି ସ୍ଥାନରେ ବି ଲୋକମାନେ ଅନୁଭବ କରିଛନ୍ତି। ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇଥିବା ସୂଚନା ମିଳି ନଥିଲ। ଏହି ଭୂକମ୍ପର ଝଟକା ୩.୩୭ମିନିଟ୍‌ରେ ଲାଗିଥିଲା। ସ୍ୱତନ୍ତ୍ର ବୈଜ୍ଞାନିକ ସଂସ୍ଥା ଇଏମଏସସି ଟୁଇଟର ଜରିଆରେ ହରିୟାଣା ଓ ଉତ୍ତରପ୍ରଦେଶରେ ଭୂକମ୍ପ ହୋଇଥିବା ସୂଚନା ଦେଇଥିଲେ। ଏଥିସହିତ ଭୂକମ୍ପ ସମ୍ଭନ୍ଧୀୟ ଏକ ମ୍ୟାପ୍‌ ବି ସେୟାର କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe