ମହାରାଷ୍ଟ୍ରରେ ନାଚ ଗୀତରେ ଉତ୍ସବ ମନାଇଲେ ଆଦିବାସୀ

Advertisment
ମହାରାଷ୍ଟ୍ରରେ ନାଚ ଗୀତରେ ଉତ୍ସବ ମନାଇଲେ ଆଦିବାସୀ

Times of India

ଥା‌ନେ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପାଇଁ ଖାଲି ଓଡ଼ିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ଆଜି ଆଦିବାସୀମାନେ ଉତ୍ସବ ପାଳନ ହୋଇଛି। ମହାରାଷ୍ଟ୍ରରେ ଆଜି ଅନେକ ସଂଖ୍ୟାରେ ଆଦିବାସୀ ପୁରୁଷ ଏବଂ ମହିଳା ପାରମ୍ପରିକ ସଂଗୀତ ଗାଇବା ସହିତ ନୃତ୍ୟ କରିଛନ୍ତି। ଥାନେରେ ଆଦିବାସୀଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ ଆଜି ଜିଲ୍ଲାପାଳଙ୍କ ଅଫିସ୍‌ ନିକଟରେ ମୁର୍ମୁଙ୍କର ବିଶାଳ ପୋଷ୍ଟର ଏବଂ ବ୍ୟାନର ସହ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଆସାମ ସମେତ ଉତ୍ତରପୂର୍ବ ରାଜ୍ୟରେ ଆଦିବାସୀମାନେ ଖୁସି ମନାଇଛନ୍ତି। ଆଦିବା‌ସୀ ଜାତୀୟ ସମ୍ମିଳନୀ କମିଟି ସଚିବ ବୀର ସିଂହ ମୁଣ୍ଡା କହିଛନ୍ତି, ଆସାମର ଆଦିବାସୀଙ୍କ ଏସ୍‌ଟି ମାନ୍ୟତା ସଂକ୍ରାନ୍ତ ଦୀର୍ଘ ଦିନର ଦାବି ପୂରଣ କରିବାର କ୍ଷମତ‌ା ସାମ୍ବିଧାନିକ ମୁଖ୍ୟ ଭାବେ ଦ୍ରୌପଦୀ ମୁର୍ମୁଙ୍କର ଅଛି। ଆଦିବାସୀ ଏବଂ ପଛୁଆ ସମ୍ପ୍ରଦାୟ ଲୋକଙ୍କ ଅନେକ ସମସ୍ୟାର ସମାଧାନ ‌ହୋଇପାରିବ ବୋଲି ଆମେ ଆଶା ପ୍ରକଟ କରୁଛୁ। ଅଲ୍‌ ଆଦିବାସୀ ଷ୍ଟୁଡେଣ୍ଟ୍‌ସ ଆସୋସିଏସନ, ଆସାମ (ଆସା) ପ୍ରତିଷ୍ଠାତା ମହାସଚିବ ଯୋଶେଫ ମିଞ୍ଜ କହିଛନ୍ତି, ଆସାମ ଆଦିବାସୀଙ୍କ ପାଇଁ ଏସ୍‌ଟି ବିଲ୍‌ ଆଦିବାସୀ ରାଷ୍ଟ୍ରପତିଙ୍କ ଦ୍ବାରା ସ୍ବାକ୍ଷର ହେବ ବୋଲି ମୁଁ ଆଶା ପ୍ରକଟ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe