ଦଳିତ ଆଇନ୍‌ ଛାତ୍ରଙ୍କ ହତ୍ୟା ଘଟଣା:ପ୍ରତିବାଦରେ ଆହ୍ଲାବାଦରେ ପୋଡ଼ାଜଳା

Advertisment
ଦଳିତ ଆଇନ୍‌ ଛାତ୍ରଙ୍କ ହତ୍ୟା ଘଟଣା:ପ୍ରତିବାଦରେ ଆହ୍ଲାବାଦରେ ପୋଡ଼ାଜଳା

ଆହ୍ଲାବାଦ: ଆହ୍ଲାବାଦ ସହରର କଳିକା ରେସ୍ତୋରାଁ ସାମ୍ନାରେ ଦଳିତ ଆଇନ୍‌ ଛାତ୍ରଙ୍କୁ ବିଭତ୍ସ ହତ୍ୟା କରାଯିବା ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିନେଇ ଆଜି ସହରରେ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଛି। କର୍ଣ୍ଣେଲଗଞ୍ଜ ପୁଲିସ୍‌ ଷ୍ଟେସନକୁ ଆଜି ଏକ ଛାତ୍ରଗୋଷ୍ଠୀ ଘେରାଉ କରି ମୃତ ଆଇନ୍‌ ଛାତ୍ର ଦିଲୀପ ସରୋଜଙ୍କୁ ନ୍ୟାୟ ମିଳୁ ବୋଲି ନାରାବାଜି କରିଥିଲେ। ସେପଟେ ଏହି ଅଞ୍ଚଳରେ ଆଉ ଏକ ଛାତ୍ର ଗୋଷ୍ଠୀ ବସ୍‌ ଓ ୨ଟି କାର୍‌କୁ ପୋଡି ଦେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସ୍‌ ପୋଡି ଓ ହିଂସାକାଣ୍ଡରେ ସମ୍ପୃକ୍ତ କିଛି ଯୁବକଙ୍କୁ ଗିରଫ କରିଛି। ସେପଟେ ସହର ବ୍ୟାପୀ ଏହି ଘଟଣାକୁ ନେଇ ବିଭିନ୍ନ ପଦଯାତ୍ରା ଓ ବିରୋଧ ପ୍ରଦର୍ଶନ ହୋଇଛି। ଘଟଣାପରେ ପୁଲିସ୍‌ ୩ ଜଣ ଅଭିଯୁକ୍ତଙ୍କ ସମେତ ରେଷ୍ଟୁରାଣ୍ଟ ମାଲିକଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।
ଆହ୍ଲାବାଦ ସହରର କଳିକା ରେସ୍ତୋରାଁ ସାମ୍ନାରେ ଦଳିତ ଆଇନ୍‌ ଛାତ୍ରଙ୍କୁ ବିଭତ୍ସ ହତ୍ୟା କରାଯିବା ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିନେଇ ଆଜି ସହରରେ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଛି। କର୍ଣ୍ଣେଲଗଞ୍ଜ ପୁଲିସ୍‌ ଷ୍ଟେସନକୁ ଆଜି ଏକ ଛାତ୍ରଗୋଷ୍ଠୀ ଘେରାଉ କରି ମୃତ ଆଇନ୍‌ ଛାତ୍ର ଦିଲୀପ ସରୋଜଙ୍କୁ ନ୍ୟାୟ ମିଳୁ ବୋଲି ନାରାବାଜି କରିଥିଲେ। ସେପଟେ ଏହି ଅଞ୍ଚଳରେ ଆଉ ଏକ ଛାତ୍ର ଗୋଷ୍ଠୀ ବସ୍‌ ଓ ୨ଟି କାର୍‌କୁ ପୋଡି ଦେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସ୍‌ ପୋଡି ଓ ହିଂସାକାଣ୍ଡରେ ସମ୍ପୃକ୍ତ କିଛି ଯୁବକଙ୍କୁ ଗିରଫ କରିଛି। ସେପଟେ ସହର ବ୍ୟାପୀ ଏହି ଘଟଣାକୁ ନେଇ ବିଭିନ୍ନ ପଦଯାତ୍ରା ଓ ବିରୋଧ ପ୍ରଦର୍ଶନ ହୋଇଛି। ଘଟଣାପରେ ପୁଲିସ୍‌ ୩ ଜଣ ଅଭିଯୁକ୍ତଙ୍କ ସମେତ ରେଷ୍ଟୁରାଣ୍ଟ ମାଲିକଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe