ନେହରୁଙ୍କ ପୁଣ୍ୟତିଥିରେ ମୋଦୀ, ସୋନିଆଙ୍କ ଶ୍ରଦ୍ଧାଞ୍ଜଳି

Advertisment
ନେହରୁଙ୍କ ପୁଣ୍ୟତିଥିରେ ମୋଦୀ, ସୋନିଆଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ୫୮ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ ତଥା ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିବାରେ ପଣ୍ଡିତ ନେହରୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କଂଗ୍ରେସ ସଭାପତି ସୋନିଆ ଗାନ୍ଧି ନେହରୁଙ୍କ ସମାଧି ସ୍ଥଳ ଶାନ୍ତି ବନ ଯାଇ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାହୁଲ ଗାନ୍ଧି ଟ୍ବିଟ୍‌ କରି କହିଛନ୍ତି ପଣ୍ଡିତ ନେହରୁଙ୍କ ବିଚାର, ରାଜନୀତି ଏବଂ ଦୃଷ୍ଟିକୋଣ ଏବେ ବି ଦେଶ ପାଇଁ ସଂପୂର୍ଣ୍ଣ ପ୍ରାସଙ୍ଗିକ। ଭାରତର ଏହି ଅମର ସନ୍ତାନଙ୍କ ଆଦର୍ଶ ଆମକୁ ସର୍ବଦା ମାର୍ଗଦର୍ଶନ କରୁ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe