ସିଙ୍ଗାପୁରରେ ନେତାଜୀଙ୍କ ସ୍ମାରକରେ ଶ୍ରଦ୍ଧାଞ୍ଜଳି

Advertisment
ସିଙ୍ଗାପୁରରେ ନେତାଜୀଙ୍କ ସ୍ମାରକରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନେତୃତ୍ବରେ ଯାଇଥିବା ଭାରତୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀ କାମ୍ବୋଡ଼ିଆ ଗସ୍ତ ଶେଷ କରିବାପରେ ସିଙ୍ଗାପୁରରେ ପହଞ୍ଚିଛନ୍ତି। ସେଠାରେ ପ୍ରତିନିଧି ମଣ୍ଡଳୀ ସିଙ୍ଗାପୁର ସଂସଦର ବାଚସ୍ପତି ତନ ଚୁଆନ ଜିନଙ୍କ ସହିତ ଦୁଇ ଦେଶର ସଂସଦୀୟ ପ୍ରଣାଳୀର ସୁଦୃଢ଼ୀକରଣ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ ବାଚସ୍ପତି ଶ୍ରୀ ବିର୍ଲା ଭାରତର ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଶେ‌‌ଷ ହେବ ଓ ଆସନ୍ତା ଶୀତକାଳୀନ ଅଧିବେଶନ ନୂଆ ସଂସଦ ଭବନରେ ବସିବ ବୋଲି ସିଙ୍ଗାପୁର ସଂସଦ ବାଚସ୍ପତିଙ୍କୁ ଅବଗତ କରିଛନ୍ତି। ପ୍ରତିନିଧି ମଣ୍ଡଳୀ ସିଙ୍ଗାପୁରରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଇଣ୍ଡିଆନ୍‌ ନାସନାଲ୍‌ ଆର୍ମି (ଆଇଏନ୍‌ଏ) ସ୍ମାରକ ପରିଦର୍ଶନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିନିଧି ମଣ୍ଡଳୀରେ ବିଜେଡିର ସାଂସଦ ଶର୍ମିଷ୍ଠା ସେଠିଙ୍କ ସମେତ ୫ ଜଣ ସାଂସଦ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe