ବିଜୟ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, ଖରାପ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ଦ୍ରାସ ଗସ୍ତ ବଦଳିଲା

ବିଜୟ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, ଖରାପ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ଦ୍ରାସ ଗସ୍ତ ବଦଳିଲା

କୋଲକାତା: ଭାରତ ଆଜି ପାଳିଛି ୨୨ତମ କାର୍‌ଗିଲ ବିଜୟ ଦିବସ। ୨୨ ବର୍ଷ ପୂର୍ବେ ଆଜିର ଦିନରେ କାର୍‌ଗିଲରେ ଭାରତୀୟ ସେନା ପାକିସ୍ତାନକୁ ସଂପୂର୍ଣ୍ଣ ଭାବେ ଭାରତ ସୀମାରୁ ତଡ଼ିଥିଲା। ୧୯୯୯ ମସିହାରେ ପାକସ୍ତାନ କାର୍‌ଗିଲକୁ ନିଜ କବ୍‌ଜାକୁ ନେବା ପାଇଁ କରୁଥିବା ଉଦ୍ୟମକୁ ଭାରତୀୟ ସଶସ୍ତ୍ର ବାହିନୀ ବିଫଳ କରି ଦେଇଥିଲେ। ସେହିଦିନଠାରୁ ଭାରତ ନିଜ ସୈନିକମାନଙ୍କୁ ସଲାମ କରିବା ପାଇଁ ଜୁଲାଇ ୨୬ ତାରିଖକୁ କାର୍‌ଗିଲ ବିଜୟ ଦିବସ ଭାବେ ପାଳନ କରି ଆସୁଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବାରମୁଳାଠାରେ କାରଗିଲ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଡ୍ରାସ ଗସ୍ତରେ ତାଙ୍କର ଯିବାର ଥିଲେ ମଧ୍ୟ ପାଗ ଖରାପ ଯୋଗୁ ସେ ସେଠାକୁ ଯାଇପାରି ବାରମୁଳାଠାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଦେଶ ସହିଦମାନଙ୍କ ନିକଟରେ ସର୍ବଦା ଋଣୀ ରହିବ: ମମତା
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାର୍‌ଗିଲ ବିଜୟ ଦିବସର ୨୨ ବର୍ଷ ପୂର୍ତ୍ତି ଅବସରରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମମତା ଟ୍ବିଟ୍‌ କରିଛନ୍ତି, ‘ଆମ ଦେଶ ପାଇଁ ସର୍ବାଚ୍ଚ ବଳିଦାନ ଦେଇଥିବା ଯବାନମାନଙ୍କ କାର୍‌ଗିଲ ବିଜୟ ଦିବସ ଅବସରରେ ମୁଁ ସଲାମ କରୁଛି। ଭାରତ ଏହି ବାହାଦୁରମାନଙ୍କ ନିକଟରେ ସର୍ବଦା ଋଣୀ ରହିବ।’

ସହିଦମାନଙ୍କ ବଳିଦାନ ଆମର ପ୍ରାତଃସ୍ମରଣୀୟ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀ କାର୍‌ଗିଲ ଯୁଦ୍ଧରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ, ସହିଦମାନଙ୍କ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରାତଃସ୍ମରଣୀୟ। ସେମାନଙ୍କ ସାହସ ଓ ବୀରତ୍ବ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ। ଆମ ଜାତି ପାଇଁ, ଦେଶ ପାଇଁ ପ୍ରାଣବଳି ଦେଇଥିବା ଯବାନଙ୍କ ପ୍ରତି ଶତ ସଲାମ୍‌।

ଖରାପ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ଦ୍ରାସ ଗସ୍ତ ବଦଳିଲା
ଖରାପ ପାଗ ଯୋଗୁଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ରାସ ଗସ୍ତ ବାତିଲ କରିଛନ୍ତି। ଲଦାଖର ଦ୍ରାସରେ ଅନୁଷ୍ଠିତ କାର୍‌ଗିଲ ବିଜୟ ଦିବସରେ ରାଷ୍ଟ୍ରପତି ଯୋଗ ଦେଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ସେ ଦୁଃଖ ପ୍ରକାଶ କରିବା ସହ ବାରମୁଳାଠାରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରାଷ୍ଟ୍ରପତି ସହିଦମାନଙ୍କ ବୀରତା ଓ ପରାକ୍ରମକୁ ମନେ ପକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe